ବାଣପୁରର ଅପହୃତ ନାବାଳିକା ହାଇଦ୍ରାବାଦରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

Published: Aug 9, 2023, 7:21 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜନୈକ ଅପହୃତ ନାବାଳିକାଙ୍କୁ ସୁଦୂର ହାଇଦ୍ରାବାଦରୁ ଉଦ୍ଧାର କରିଛି ପୋଲିସ। ଉକ୍ତ ଘଟଣାରେ ଅପହରଣକାରି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଧୂଁଆଳ ଗ୍ରାମର ଦିଲ୍ଲୀପ କୁମାର ବାରିକ ବାଣପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ଅପହରଣ କରି ନେଇ ଯାଇଥିବା ଝିଅର ପରିବାର ବର୍ଗ ଗତ ମାର୍ଚ୍ଚ ମାସରେ ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ନିକଟରେ ହାଇଦ୍ରାବାଦ ରେ ଚଢ଼ାଉ କରି ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିଛି ବାଣପୁର ପୋଲିସ।

ଅନୁରୂପଭାବେ ଅଭିଯୁକ୍ତ ଦିଲ୍ଲୀପଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି। ଏହି ଆଧାରରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଅପହରଣ ଓ ଦୁଷ୍କର୍ମ ପରି ସଙ୍ଗୀନ ଦଫା ଲଗାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ରମେଶ ଚନ୍ଦ୍ର ଦେବତା କହିଛନ୍ତି।

Related posts