Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରତିଭାକୁ ସମ୍ମାନ ଦେଲେ ପ୍ରତିଭା ବିକଶିତ ହେବ: ସମ୍ବିତ ପାତ୍ର
ଆଞ୍ଚଳିକ

ପ୍ରତିଭାକୁ ସମ୍ମାନ ଦେଲେ ପ୍ରତିଭା ବିକଶିତ ହେବ: ସମ୍ବିତ ପାତ୍ର

August 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପୁରୀ ଜିଲ୍ଲାର ଗଙ୍ଗାନାରାୟଣପୁରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏଇ ବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଥିବା ଆଶୁତୋଷ ସାହୁ ଓ ଋତୁପର୍ଣ୍ଣା ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି।

ଋତୁପର୍ଣ୍ଣାଙ୍କ ରେଙ୍କ ୯୩ ଥିବାବେଳେ ଆଶୁତୋଷଙ୍କ ରେଙ୍କ ୧୫୮। ଏହା ସହ ଦାମିନି ଦିବ୍ୟଜ୍ୟୋତି ମହାରଣା (ମାଟ୍ରିକ ପରୀକ୍ଷାରେ ଟପର), ବିଭୂତି ଭୂଷଣ ଚମ୍ପତି (ବରିଷ୍ଠ ସାମ୍ବାଦିକ), ସମୀର ସାହୁ (ଗୋଟି ପୁଅ ନୃତ୍ୟ ଶିଳ୍ପୀ ), ରଶ୍ମୀ ରଞ୍ଜନ ସ୍ବାଇଁ (ଆନ୍ତର୍ଜତୀୟ ସ୍ତରରେ ସଫଳତା ପାଇଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ) ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବିତ ପାତ୍ର ସମ୍ମାନୀତ କରିଛନ୍ତି।

କାର୍ଯ୍ୟକ୍ରମରେ ହରଚଣ୍ଡି ହାଇ ସ୍କୁଲର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର 500ରୁ ଉର୍ଦ୍ଧ ବ୍ୟକ୍ତି ସମ୍ମିଳିତ ହେଇଥିଲେ।

ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରତ୍ୟେକ ପ୍ରତିଭାକୁ ସମ୍ମାନ ହେବା ଉଚିତ୍। ଏହି ପ୍ରତିଭା ଆମ ଦେଶର ସମ୍ବଳ। ପ୍ରତିଭାକୁ ସମ୍ମାନ ଦେଲେ ହେଁ ପ୍ରତିଭା ବିକଶିତ ହେବ। ଆମ ସମସ୍ତଙ୍କ ଦାଇତ୍ୱ ଆମ ଯୁବ ପ୍ରତିଭାଙ୍କୁ ଆଗକୁ ବଢେଇବାର। ଏମାନେ ସମସ୍ତେ ଆମ ମାଟିର ଗୌରବ।

କାର୍ଯ୍ୟକ୍ରମ ଶେଷରେ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ହରଚଣ୍ଡି ହାଇ ସ୍କୁଲରେ ବୃକ୍ଷ ରୋପଣ କରିଥିଲେ।

ଓଡିଶା ପ୍ରଶାସନିକ ସେବା ପୁରୀ ସମ୍ବର୍ଦ୍ଧନା ଉତ୍ସବ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.