Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ପାଳିତ
ଆଞ୍ଚଳିକ

ବାଣପୁର: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ପାଳିତ

September 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସତସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମ ମୁହୁର୍ତ୍ତରେ ବେଦ ମାଙ୍ଗଳିକ ଓ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ଓ ପ୍ରାତଃ ବିନତିପରେ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ଜନ୍ମ ଲଗ୍ନ ଘୋଷଣା ହୋଇଥିଲା।

ଏହାପରେ ସୁସଜ୍ଜିତ ରଥରେ ଶ୍ରୀ ଶ୍ରୀ ଠାକୁରଙ୍କ ନଗର ପରିକ୍ରମା ଓ ନଗର କୀର୍ତ୍ତନ କରାଯାଇଥିଲା। ଏହାପରେ ପୂର୍ବାହ୍ନରେ ପବିତ୍ର ସତସଙ୍ଗ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନର ସମସ୍ୟା ବହୁଳ ସମାଜରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ଜୀବନାଦର୍ଶ ରୂପେ ବରଣ କରିବାର ଆବଶ୍ୟକତା ଉପରେ ଉକ୍ତ ସତସଙ୍ଗରେ ଆଲୋଚନା ହୋଇଥିଲା।

ସଙ୍ଗୀତାଞ୍ଜଳୀରେ ଦୀପିକା ପାଲଟାସିଂହ, ରୋଜାଲିନ ପଣ୍ଡା, ମଧୁସୂଦନ ଜେନା, ଗୋଲଖ ଘଡେଇ ,ସୁମନ ପୃଷ୍ଟି ଓ ଧର୍ମ ଯାଜକ ମହେଶ୍ୱର ଜେନା ପ୍ରଭୁତି ଅଂଶଗ୍ରହଣ କରିଥିବାବେଳେ ସତସଙ୍ଗରେ ବରିଷ୍ଠ କର୍ମୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଡମ୍ବରୁଧର ସାମନ୍ତରାୟ, ତ୍ରିନାଥ ହୋତା, ପ୍ରବୋଧ କୁମାର ବିଶ୍ବାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଆଦି ଉପସ୍ଥିତ ଥିବାବେଳେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ସତସଙ୍ଗ ପ୍ରେମୀ ଯୋଗଦେଇଥିଲେ।

ଉକ୍ତ ସତସଙ୍ଗକୁ ସହପ୍ରତି ଋତିକ ପୁରୁଷୋତ୍ତମ ପାଲଟାସିଂହ ପରିଚାଳନା କରିଥିଲେ।

ବାଣପୁର ସତସଙ୍ଗ ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

‘ଗ୍ରୀନ୍ ଏନର୍ଜି ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

October 6, 2026

ରଣଜୀ ଟ୍ରଫି: ପ୍ରଥମ ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର

October 6, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026

BJPର ରାଜ୍ୟସଭା ରଣନୀତିରେ ବଡ଼ ପରିବର୍ତ୍ତନ! ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ନାହିଁ

October 6, 2026

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.