ବାଲୁଗାଁ ଅବକାରୀ ବିଭାଗ ଓ ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି: ଦେଶୀମଦ ଜବତ, ଜଣେ ଗିରଫ

Published: Sep 21, 2023, 7:45 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅଞ୍ଚଳ ଦେଶୀମଦ କାରବାରର ହବ ପାଲଟିଥିବା ବେଳେ ପୋଲିସ ଏବଂ ବାଲୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଘଣ୍ଟଶିଳା ରାସ୍ତାରେ ଏକ ବାଜାଜ ପଲସର ମୋଟର ସାଇକେଲକୁ ପିଛା କରି ଜଣେ ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତ ଜଣକ କୋଷରଡ଼ା ଗ୍ରାମର ପ୍ରଦୀପ ଶବର ବୋଲି ଜଣାପଡିଛି।

ପ୍ରଦୀପଙ୍କ ନିକଟରୁ ୬୦ ଲିଟର ଦେଶୀମଦ ସହ ପଲସରକୁ ଜବତ କରାଯାଇଛି।  ଅବକାରୀ ବିଭାଗ ପ୍ରଦୀପଙ୍କ ନାମରେ ୧୦୯/୨୩ ଦଫାରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଓଆଇସି ତପନ କୁମାର ସ୍ୱାଇଁ, ଏଏସଆଇ ସୁମତି ମହାନ୍ତି, କନଷ୍ଟେବଳ ତୁଷାରକାନ୍ତି ଚମ୍ପତି, ଆଶିଷ ପ୍ରଧାନ ଏବଂ ଚିନ୍ମୟୀ ଦାସ ସାମିଲ ଥିଲେ।

Related posts