ଛତ୍ରପୁରରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ

Published: Oct 11, 2023, 10:50 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୱ।ନ୍ ଷ୍ଟପ୍ ସେଣ୍ଟର (ସକ୍ଷୀ କେନ୍ଦ୍ର) ପକ୍ଷରୁ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ହୋଇଛି। ସକ୍ଷୀ କେନ୍ଦ୍ରର ପ୍ରଶାସିକା ମହେଶ୍ୱତା ପାଢୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରଭିନ୍, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର,ସି ଆର ସି ସି ଆଲୋକ ସେଠୀ, ପ୍ରଧାନ ଶିକ୍ଷକ ଦ୍ବାରିକାନାଥ ବେହେରା ଓ ବ୍ଳକ ଶିକ୍ଷା ଅଧିକାରୀ ଶିତାରାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୫୦ ଜଣ ଉପସ୍ଥିତ ଛାତ୍ରୀଙ୍କୁ ଯୋଗ ଦେଇଥିବା ଅତିଥି ମାନେ ସଚେତନତା କରାଇଥିଲେ ଯେ ନିଜ ନିଜ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ବିଭିନ୍ନ ସମସ୍ୟା ର ମୁକାବିଲା କୌଶଳ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ।

ଏତଦବ୍ୟତୀତ ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ରୀଙ୍କୁ ନେଇ ନାଚ, ଗୀତ, ଚିତ୍ର ଓ ବତ୍କ୍ତତା ପ୍ରତିଯୋଗିତା ର ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ବାଳିକା ମାନଙ୍କୁ ସକ୍ଷୀ କେନ୍ଦ୍ର ତରଫରୁ ପୁରସ୍କୃତ କରାଯାଇଛି।

Related posts