Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅସହାୟ ଶ୍ରୀଧରଙ୍କୁ ସହାୟ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ: ଥଇଥାନ ବ୍ୟବସ୍ଥା କଲେ ବାଣପୁର ବିଡ଼ିଓ
ଆଞ୍ଚଳିକ

ଅସହାୟ ଶ୍ରୀଧରଙ୍କୁ ସହାୟ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ: ଥଇଥାନ ବ୍ୟବସ୍ଥା କଲେ ବାଣପୁର ବିଡ଼ିଓ

October 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର/ଖୋର୍ଦ୍ଧା: ଅସହାୟଙ୍କୁ ସାହା ହେଲା ପ୍ରଶାସନ। ପାଇଲେ ନୂଆ ଜୀବନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ଦୁଇ ଦିନ ତଳେ ଆମ ଚିଲିକା ପ୍ରତିନିଧି ସୀତାରାମ ଅଗ୍ରୱାଲ ବାଣପୁର ଏନଏସି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଜଣେ ଅସହାୟ ବୃଦ୍ଧଙ୍କ ଉପରେ ତାଙ୍କର ନଜର ପଡିଥିଲା। ଯିଏକି ଦୀର୍ଘ ଏକ ମାସ ହେବ ଉକ୍ତ ଧର୍ମଶାଳାରେ ରହୁଥିଲେ।

ବୃଦ୍ଧ ଜଣକ ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ବେଲେଡି ଗ୍ରାମର ଶ୍ରୀଧର ସାହୁ ବୋଲି ପରିଚୟ ମିଳିଥିଲା। ତେବେ ଶ୍ରୀଧରଙ୍କ ପାଖରେ ଖାଇବା ପାଇଁ ଏବଂ ଧର୍ମଶାଳା ଭଡ଼ା ପାଇଁ ପଇସା ସରିଯାଇଥିବାରୁ ସେ ନିଜର ଏକମାତ୍ର ସାହାରା ଥିବା ସାଇକେଲଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲେ। ଏ କଥା ଉକ୍ତ ଧର୍ମଶାଳା ପରିଚାଳକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ।

ଏହାପରେ ଶ୍ରୀଧରଙ୍କୁ ସୀତାରାମ ତାଙ୍କ ଅସୁବିଧା ବିଷୟରେ ପଚାରିଥିଲେ। ଶ୍ରୀଧରଙ୍କ ଧର୍ମ ପତ୍ନୀ ଚିକିତ୍ସାରେ ଅବହେଳା ଲାଗି ମରିଯାଇଥିବା ବେଳେ ତାଙ୍କ ପୁତ୍ର ରହିବା ଘର ବିକ୍ରି କରିଦେଇ ଖୋର୍ଦ୍ଧା ଅରଗୁଳରେ ଏକ ସ୍ପେଆର ପାର୍ଟସ ଦୋକାନ କରି ସପରିବାର ରହୁଥିବା କଥା କହିଥିଲେ। ପିତାଙ୍କୁ ଘରୁ ତଡିଦେଇଥିବା ଶ୍ରୀଧର କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଥିଲେ। ସେବେଠାରୁ ଶ୍ରୀଧର ନିରୁପାୟ ହୋଇ ଉକ୍ତ ଧର୍ମଶାଳାକୁ ଚାଲିଆସିଥିବା ବେଳେ ବର୍ତ୍ତମାନ ପଇସା ପାଖରେ ନଥିବାରୁ ବହୁ ଦୁଃଖରେ ସମୟ କାଟୁଛନ୍ତି। ଏପରିକି ଧର୍ମଶାଳା ପରିଚାଳକ ଶ୍ରୀଧରଙ୍କ ପାଖେ ପଇସା ନଥିବା ଜାଣି ମଧ୍ୟ ତାଙ୍କୁ ଆଶ୍ରୟ ଦେଇଥିଲେ।

ଶ୍ରୀଧରଙ୍କ ଶରୀର ମଧ୍ୟ ଅସୁସ୍ଥ ଥିବାରୁ ସେ ଅସହାୟ ହୋଇ ଉକ୍ତ ଧର୍ମଶାଳାରେ ପଡ଼ିରହିଥିଲେ। ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ରଖିବା ବ୍ୟବସ୍ଥା ପ୍ରଶାସନ କରିବା ପାଇଁ ଶ୍ରୀଧର ଆମ ପ୍ରତିନିଧି ସୀତାରାମଙ୍କୁ ନେହୁରା ହୋଇଥିଲେ। ଏହାପରେ ସୀତାରାମ ଶ୍ରୀଧରଙ୍କ ଉକ୍ତ ସମସ୍ୟାକୁ ନେଇ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଧରଙ୍କୁ ଥଇଥାନ କରିବା ଅଭିଯାନ।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତତ୍ପରତା ଦେଖାଇଥିଲେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ। ବିଡ଼ିଓ ବ୍ୟକ୍ତିଗତ ଭାବେ ଉକ୍ତ ଧର୍ମଶାଳାକୁ କର୍ମଚାରୀଙ୍କ ସାଥିରେ ଯାଇ ଅସୁସ୍ଥ ଶ୍ରୀଧରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟ ପଚାରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇଥିଲେ।

ଏହାପରେ ବିଡିଓ ଶ୍ରୀମତୀ ଅଗ୍ରୱାଲ ଶ୍ରୀଧରଙ୍କୁ ମଙ୍ଗରାଜପୁର ସ୍ଥିତ ସରକାରୀ ସହାୟତା ପ୍ରାପ୍ତ ଜନୈକ ବୃଦ୍ଧାଶ୍ରମରେ ଥଇଥାନ କରିଛନ୍ତି। ତତସହିତ ସୋମବାର ଦିନ ଶ୍ରୀଧରଙ୍କ ପୁତ୍ରଙ୍କ ନିକଟକୁ ପିତାଙ୍କ ଭରଣପୋଷଣ ପାଇଁ ନୋଟିସ ପଠାଇବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ଏବଂ ବିଡ଼ିଓଙ୍କ ଉକ୍ତ ମହତ ପ୍ରଚେଷ୍ଟା ଏବଂ ତ୍ୱରିତ ପଦକ୍ଷେପ ଫଳରେ ଶ୍ରୀଧରଙ୍କ ଥଇଥାନ ବ୍ୟବସ୍ଥା ହୋଇଥିବାରୁ ଶ୍ରୀଧର ଆମ ପ୍ରତନିଧି ସୀତାରାମ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବାଣପୁର ବିଡ଼ିଓଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଡିଓ ବାଣପୁର ବ୍ଲକ ଶୀତଲ ଅଗ୍ରୱାଲ ସାଫଲ୍ୟ ମଣ୍ଡିତ ପ୍ରଧାନ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ଓଡ଼ିଶା ବିଧାନସଭା ବୁଲିଲେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026
Latest News

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.