ବାଣପୁର ବ୍ଲକ ପରିଦର୍ଶନ କଲେ ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ

Published: Nov 6, 2023, 10:35 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଇଲେକ୍ଟ୍ରୋନିକସ ଏବଂ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିଦର୍ଶନକୁ ଆସିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ବାଣପୁର ଅଞ୍ଚଳର ବିଭିନ୍ନ ମୋ ସେବା କେନ୍ଦ୍ର ଓ ୫ଟି ସ୍କୁଲ ଗୁଡିକ ପରିଦର୍ଶନ କରି ଉନ୍ନୟନ ସମୀକ୍ଷା କରିଛନ୍ତି।

ଶ୍ରୀ ପଟ୍ଟନାୟକ ଅପରାହ୍ନରେ ବଡହନ୍ତୁଆଡ଼ ସ୍ଥିତ ମୋ ସେବା କେନ୍ଦ୍ର ନିକଟରେ ପହଂଚିଥିବା ବେଳେ ତାଙ୍କୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକର ସମସ୍ତ ସେବାକେନ୍ଦ୍ରର ପ୍ରତିନିଧି ମାନେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ସେଠାରେ ମୋ ସେବା କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ପାଇବାକୁ ଥିବା ସେବା ଗୁଡିକ କିପରି ସୁବିଧାରେ ପାଉଛନ୍ତି ତାହା ପଚାରି ବୁଝିଥିଲେ ଶ୍ରୀ ପଟ୍ଟନାୟକ।

ଇଣ୍ଟରନେଟର ସୁବିଧା, ଆଧାର କାର୍ଡ଼, ରେସିଡେନ୍ସ ସାର୍ଟିଫିକେଟ,ଲିଗାଲ ହେଆର ସାର୍ଟିଫିକେଟ, ଡେଥ ସାର୍ଟିଫିକେଟ ପ୍ରଭୃତି ଆବେଦନ କରିବାର ସଠିକ ମୂଲ୍ୟ ପଚାରି ବୁଝିବା ସହ ରେଟଚାର୍ଟ ପ୍ରଦର୍ଶିତ ହୋଇଛି କି ନାହିଁ ତନଖି କରିଥିଲେ।

ସେଠାରୁ ଦାମିଆ ବରବରା ପଞ୍ଚାୟତ ସ୍ଥିତ ମୋ ସେବାକେନ୍ଦ୍ର ଏବଂ ବାଣପୁର ଏନଏସିଠାରେ ଥିବା ୫ଟି ସ୍କୁଲରେ ଆଇଟି ସମ୍ବନ୍ଧୀୟ ବିଭିନ୍ନ ସେବା ବାବଦରେ ତଦାରଖ କରିଥିଲେ।ଶ୍ରୀ ପଟ୍ଟନାୟକଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ବିଇଓ ସନାତନ ଜାଲି ଉପସ୍ଥିତ ଥିଲେ।

Related posts