ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

Published: Nov 14, 2023, 7:02 pm IST

ରଣପୁର: ଶିଶୁ ହସିଲେ ଦୁନିଆ ହସେ। ପ୍ରତିଟି ଶିଶୁ ଭିତରେ ଭର ପୁର ହୋଇ ରହିଛି ବିଭିନ୍ନ ପ୍ରତିଭା। ଏହି ପ୍ରତିଭାର ଉନ୍ମେଷ ପାଇଁ ଶିଶୁ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ପଞ୍ଚାୟତ ସମିତିସଭ୍ୟ ସୁଦର୍ଶନ ମାନସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ କମିଟି ସଭାପତି ଗଣେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ସହକାରୀ ଶିକ୍ଷକ କାହ୍ନୁ ଚରଣ ମୁଦୁଲିଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଆଦି କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରା
ଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ମାନସିଂହ, ପୁଷ୍ପାଞ୍ଜଳି ବାରିକ, ଜୟନ୍ତୀ ବାରିକ, ପ୍ରଦୀପ କୁମାର ମାନସିଂହ, ବିନାୟକ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts