ନାକ୍ଟିଦେଉଳରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

Published: Nov 23, 2023, 8:29 pm IST

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ପ୍ରାୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ନାକ୍ଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ, ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ଓଡିଶା ନବୀନ ଓଡିଶାର ଆଭିମୁଖ୍ୟ ଓ ଯୁବ ପ୍ରତିଭାର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବିନୀତା ମୁର୍ମୁ, ଉମାକାନ୍ତ ବିଶ୍ବାଳ, ହେମାନନ୍ଦ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ ମଞ୍ଚାସୀନ ଥିଲେ।

ନୋଡାଲ ଅଫିସର ଅଧ୍ୟାପକ ସଂଜୀବ ଦାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା, ସଂସ୍କୃତି ଓ ସମାଜିକ କାର୍ଯ୍ୟ ଅଧିନରେ ଆଗାମୀ ଏକ ମାସ ମଧ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ବିଶଦ ଆଲୋଚନା କରିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ସ୍ବର୍ଗତ ପ୍ରଦୁମ୍ନ ଦାଶଙ୍କ ସ୍ମୃତି ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ହୁସେନ ପ୍ରଧାନ, ଅରୁଣ ବିଶ୍ବାଳ, ପୁରୁଷୋତ୍ତମ ବେହେରା, ଜିତେନ୍ଦ୍ରୀୟ ପଣ୍ଡା, ଅଶୋକ ଧଳ, ପିତବାସ ସାହୁ,ବିଜୟ ପ୍ରଧାନ, ଅମିତ ସାହୁ, ବିବେକାନନ୍ଦ ପ୍ରଧାନ ଓ ଶାନ୍ତିଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

Related posts