Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଡାକ୍ତରଖାନାରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ, ପୋଲିସ ତଦନ୍ତ ଆରମ୍ଭ
ଆଞ୍ଚଳିକ

ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଡାକ୍ତରଖାନାରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ, ପୋଲିସ ତଦନ୍ତ ଆରମ୍ଭ

December 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଡାକ୍ତରଖାନାରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ, ପୋଲିସ ତଦନ୍ତ ଆରମ୍ଭ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରୁ ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କବିନ୍ଦ୍ର ଭୁଜବଳ ଏତଲା ଦେଇଛନ୍ତି।

ଏତଲା ମୁତାବକ ଆଜି ସକାଳେ ସ୍ୱାସ୍ଥ୍ୟ କେନ୍ଦ୍ର ଝାଡୁଦାର ମେଡିକାଲର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖି ଡାକ୍ତର କବିନ୍ଦ୍ରଙ୍କୁ ଖବର ଦେଇଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦେଖିଥିଲେ ଯେ, ଏହାର ପରିସରରେ ଥିବା ଦୁଇଟି ଏସି, ଦୁଇଟି କମ୍ପ୍ରେସର, ଦୁଇଟି ଷ୍ଟାବଲାଇଜର, ଦୁଇଟି ଏଲଇଡ଼ି ଟିଭି, ଇନଭରଟର, ବ୍ୟାଟେରୀ, ସିସି ଟିଭି, ଡ଼ିଭିଆର, ଦୁଇ ଗୋଟି ପ୍ରିଣ୍ଟର ଆଦି ଚୋରି ହୋଇଯାଇଛି।

ଖବର ପାଇ ବାଲୁଗାଁ ପୋଲିସ ତରଫରୁ ତଦନ୍ତ ଆରମ୍ଭ କରିଛି। ତେବେ ସେଠାରେ ଲାଗିଥିବା ସିସି ଟିଭି ଏବଂ ତାହାର ମେସିନ ଚୋରମାନେ ନେଇଯାଇଥିବାରୁ ସେମାନଙ୍କ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ। ଏ ନେଇ ପୋଲିସ ଡାକ୍ତରଖାନା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛନ୍ତି।

ଚୋରମାନେ ଏକ ଚାରି ଚକିଆ ଗାଡିରେ ଏସବୁ ଜିନିଷ ଲଦି ନେଇ ଥିବାର ଜଣାପଡିଛି। ତେବେ ହସପିଟାଲଟି ଗାଁର ଅତି ନିକଟରେ ଥିବା ବେଳେ ଚୋରମାନେ ଏକ ଗାଡିରେ ଏତେ  ଜିନିଷ ଲୋଡ କରି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ସେହି ଗ୍ରାମରୁ ଏକ ଡିଜେ ଗାଡିରୁ ମଧ୍ୟ ସମସ୍ତ ମେସିନ ଚୋରୀ ହୋଇଯାଇଥିଲା।

ଚାଷଙ୍ଗରା
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

October 3, 2026

ଟ୍ରେନ ଧକ୍କାରେ ଟ୍ରାକମ୍ୟାନଙ୍କ ପ୍ରାଣହାନୀ

October 3, 2026

ବୋହୁ ଉପରକୁ ଗରମ ତେଲ ଫିଙ୍ଗିଲା ଶାଶୁ, ଗୁରୁତର ଅବସ୍ଥାରେ ଭଦ୍ରକ ସ୍ଥାନାନ୍ତର

October 3, 2026
Latest News

୨ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

October 4, 2026

ବୁଲା କୁକୁର ଆତଙ୍କ: ଗୋଟିଏ ଦିନରେ ୧୩ ମେଡିକାଲେ ଭର୍ତ୍ତି, ଲୋକେ ଭୟଭୀତ

October 4, 2026

ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍‌

October 4, 2026

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ମୋବାଇଲ୍ ରିଚାର୍ଜରେ ବଡ଼ ପରିବର୍ତ୍ତନ, ଡାଟା ନୁହେଁ କେବଳ କଲ୍-SMS ପାଇଁ ମିଳିବ ସ୍ୱତନ୍ତ୍ର ପ୍ୟାକ୍

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.