Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୁବନେଶ୍ବର ନିକଟସ୍ଥ ଲିଙ୍ଗିପୁର ଗ୍ରାମ ପଞ୍ଚାୟତ, ସମସ୍ୟା ଅନେକ ସମାଧାନ ଶୂନ
ଆଞ୍ଚଳିକ

ଭୁବନେଶ୍ବର ନିକଟସ୍ଥ ଲିଙ୍ଗିପୁର ଗ୍ରାମ ପଞ୍ଚାୟତ, ସମସ୍ୟା ଅନେକ ସମାଧାନ ଶୂନ

December 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ନିକଟସ୍ଥ ଲିଙ୍ଗିପୁର ଗ୍ରାମ ପଞ୍ଚାୟତ, ସମସ୍ୟା ଅନେକ ସମାଧାନ ଶୂନ

ଭୁବନେଶ୍ୱର: ସାରା ରାଜ୍ୟରେ ବିକାଶର ମହାପର୍ବ ଚାଲିଛି ହେଲେ ଭୁବନେଶ୍ୱର ଉପକଣ୍ଠରେ ଥିବା ଲିଙ୍ଗିପୁର ପଞ୍ଚାୟତକୁ ଅଣଦେଖା କାହିଁକି? ସ୍ୱାଧୀନତାର ୭୫ ବର୍ଷପରେ ବି ଲିଙ୍ଗିପୁର ପଞ୍ଚାୟତ ବିଏମ୍‌ସିରେ ମିଶିବା ସାତ ସପନ ହୋଇପଡିଛି। ଲିଙ୍ଗିପୁର ପଞ୍ଚାୟତ ଅଧିନରେ ରେଭିନିୟୁ ମାନ୍ୟତା ଭାବେ ଲିଙ୍ଗିପୁର ଓ ରଘୁନାଥପୁର ଆସୁଛି। ଏହି ପଞ୍ଚାୟତଟି ଜାତୀୟ ରାଜପଥ ୨୦୩ କଡରେ ଅବସ୍ଥିତ।

ଭୁବନେଶ୍ୱର ଓ ପୁରୀ ଜାତୀୟ ରାଜପଥ କଡରେ ଏହି ଗ୍ରାମ ଗୁଡିକ ଅବସ୍ଥିତ ସେଗୁଡିକ ହେଲା ବିଜୟ ବିହାର ଗାଙ୍ଗୋତ୍ରୀ ନଗର, ଇନ୍ଦିରା କଲୋନି, ନାଥପୁର, ସନ୍ଥ ବିହାର, ଶ୍ରେଷାଦ୍ରାନଗର, ବାସୁଦେବନଗର, ଜୟକୃଷ୍ଣ ନଗର, ଫେଜ ୧ ଓ ୨, ମୃତ୍ୟୁଞ୍ଜୟ ବିହାର ସୁଭଦ୍ରା ବିହାର, ଜଗନ୍ନାଥ ବିହାର, ଶ୍ରୀ ଜଗନ୍ନାଥ ବିହାର, ନନ୍ଦନ ବିହାର ଓ କଳିଙ୍ଗବିହାର ଇତ୍ୟାଦି। ଲିଙ୍ଗିପୁର ପଞ୍ଚାୟତଟିରେ ସମୁଦାୟ ଲୋକସଂଖ୍ୟା ୨୦୦୦୦(କୋଡିଏ ହଜାର)ରୁ ଉର୍ଦ୍ଧ୍ୱ ହେବ।

ଏହି ପଞ୍ଚାୟତ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି ଏହି ପଞ୍ଚାୟତଟିକୁ ବିଏମ୍‌ସିରେ ମିଶ୍ରିତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରେ ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ ମିଶେଇବା ପାଇଁ। ବର୍ତ୍ତମାନ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ମଧ୍ୟ ବିଏମ୍‌ସି ନିର୍ବାଚନ ସମୟରେ ପ୍ରତିଶ୍ରୃତି ଦେଇଥିଲେ। ବିଏମସିରେ ମିଶାଇବା ପାଇଁ।

ଲିଙ୍ଗିପୁର ଗ୍ରାମ ପଞ୍ଚାୟତରେ ହୋଇଥିବା ସଭା ୨୭.୦୮.୨୦୧୯ ପ୍ରସ୍ତାବ ଆଧାରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଡିଓଙ୍କୁ ସଭାର ବିବରଣୀ ସହ ଏକ ପତ୍ର ସଂଖ୍ୟା ୫୧, ତା. ୬.୩.୨୦୨୦ରେ ପତ୍ର ପ୍ରେରଣ କରିଥିଲେ ଓ ଏହାର ଏକକିତା ନକଲ ବିଧାୟକଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଥିଲା ବୋଲି ତତ୍‌କାଳ ସରପଞ୍ଚ(ଲିଙ୍ଗିପୁର) କହିଛନ୍ତି, କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ।

ଏହା ଦ୍ୱାରା ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ବାସିନ୍ଦାମାନେ ଅବହେଳାର ଶିକାର ହୋଇଆସୁଅଛନ୍ତି। ବିଏମ୍‌ସିର ସାବତପୁଅ ମନୋଭାବ କାରଣରୁ, ମୁନିସିପାଲଟି ହୋଇପାରିନି। ଶାସକ ଦଳର ଅନୁଗାମୀ ଓ ସମର୍ଥକ ହେବା ସତ୍ୱେ ଜାଣିଶୁଣି ବଞ୍ôଚତ କରାଯାଉଛି। ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ବିଏମ୍‌ସି କେତେଗୁଡିଏ, ନୂତନ ୱାର୍ଡ ଗଠନ କରୁଅଛି। ସେଥିରେ ଲିଙ୍ଗିପୁର ଗ୍ରାମପଞ୍ଚାୟତ ନା ନାହିଁ ଯାହା ଅନୁସନ୍ଧନ ସାପେକ୍ଷ।

୫ଟି ଯୁଗରେ ଲିଙ୍ଗିପୁର ପଞ୍ଚାୟତ ଭୁବନେଶ୍ୱର ଉପକଣ୍ଠରେ ଥାଇ ମଧ୍ୟ ହତାସ ଅବସ୍ଥାରେ ଅଛି ବୋଲି ଏଠାକାର କିଛି ଲୋକପ୍ରତିନିଧି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଅସନ୍ତୋଷ ଆଗାମୀ ଦିନରେ ଉଗ୍ରରୂପ ନେଇପାରେ ବୋଲି ଆଲୋଚନା ଚାଲିଛି ଏହା ଆଗାମୀ ଦିନରେ ବିଏମ୍‌ସି ନହେଲେ ଆନ୍ଦୋଳନ ହେବ ବୋଲି ଶୁଣିବାକୁ ମିଳୁଛି। ବିଏମସି ହେବାକୁ ହେଲେ ଯେଉଁ ସବୁ ସର୍ତ ଅଛି ସବୁ ପୁରଣ କରୁଥିବାବେଳେ କାହିଁକି ଅବହେଳିତ? ଏ ସମ୍ବନ୍ଧରେ ମାନ୍ୟବର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସେ ପୂର୍ବଭଳି ପ୍ରତିଶ୍ରୃତି ଦେବାରେ ଅବହେଳା କରୁନାହାନ୍ତି।

ସମୟ କହିବ, ବିଏମ୍‌ସି ଅଧିକାରୀ କେବେ ଲିଙ୍ଗିପୁର ଗ୍ରାମପଞ୍ଚାୟତକୁ ବିଏମ୍‌ସିରେ ମିଶାଉଅଛନ୍ତି ଓ ବିଧାୟକ କି ପଦକ୍ଷେପ ନେଇ ମିଶାଉଛନ୍ତି ବିଏମ୍‌ସିରେ। ଯଦି ତୁରନ୍ତ ଏକାମ୍ର ବିଧାୟକ ବିଏମ୍‌ସି ମେୟରଙ୍କୁ ତାଙ୍କ ସୁପାରିଶ ନପଠାନ୍ତି ସବୁଦିନ ପାଇଁ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଯିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ଓ ଏ ସମ୍ପର୍କରେ ଜନପ୍ରତିନିଧି ମନୋରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଘଟଣା ସତ୍ୟ ଅଟେ।

ଯଦି ଆମ ଦୁଃଖ ବୁଝାନଯାଏ ଆମେ ଆଇନର ଆଶ୍ରୟ ନେବାକୁ ପଛଘୁଞ୍ଚା ଦେବୁ ନାହିଁ। ଏହି ସମ୍ପର୍କରେ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ସମସ୍ତ ନେତୃମଣ୍ଡଳୀ ଏକ ହୋଇ ଆଗାମୀ ଦିନରେ ସରକାରଙ୍କୁ ଏହାର ଉଚିତ ଯବାବ ଦେବେ ବୋଲି ଆଲୋଚନା ଯୋର ଧରିଛି। ତେଣୁ ସମସ୍ତେ ଆଶାବାଦୀ ନଶ୍ଚିତ ଭାବେ ବିଧାୟକ ମହୋଦୟ ଏ ସମସ୍ତ ଘଟଣାକୁ ବିଚାରକୁ ନେଇ ଲିଙ୍ଗିପୁର ଗ୍ରାମପଞ୍ଚାୟତକୁ ବିଏମ୍‌ସିରେ ମିଶ୍ରଣ କରାଇବେ।

ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.