Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ, ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ
ଆଞ୍ଚଳିକ

ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ, ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ

December 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା, ଶୁକ୍ଳ ପ୍ରତିପଦା ତିଥିରେ ତିନି ଦିନ ଧରି ଲୀଳା କ୍ଷେତ୍ର ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଦେବଦୀପାବଳୀ ଉତ୍ସବ। ଏହି ଦିନମାନଙ୍କରେ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ଦୈନକ ନୀତିକାନ୍ତି ସାରି ସଂଧ୍ୟା ଧୂପ ପରେ ଜୀଉମାନଙ୍କୁ ଧଳା ବସ୍ତ୍ର ପରିଧାନ କରାଇ ଶ୍ରାଦ୍ଧ ବେଶରେ ବେଶ କରାଯାଇଥିଲା। ରତ୍ନସିଂହାସନ ତଳେ ପୂଜକ ସାମନ୍ତ ଚାଉଳରେ କଦଳୀ ବୃକ୍ଷ କରିବା ପରେ ଦୀପମାନ ସ୍ଥାପନ କରାଇ ପିତୃପୁରୁଷଙ୍କୁ ପିଣ୍ଡଦାନପୂର୍ବକଶ୍ରାଦ୍ଧ ନୀତିକାନ୍ତି ସମାପନ କରିଥିଲେ।

ଚତୁର୍ଦ୍ଦଶୀରେ ସତ୍ୟ ଯୁଗର ମାତା ପିତା ଅଦିତି, କାଶ୍ୟପ ଅମାବାସ୍ୟାରେ ତ୍ରେତୟା ଯୁଗର ମାତା ପିତା କୌଶଲ୍ୟା, ଦଶରଥ ଏବଂ ପ୍ରତିପଦାରେ ଦ୍ଵାପର ଯୁଗର ମାତାପିତା ଦେବକୀ ବସୁଦେବ, ଯଶୋଦା, ନନ୍ଦରାଜା ଏବଂ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପଦାନ ନୀତିକାନ୍ତି ସମାପନ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମନ୍ଦିର ପ୍ରାଙ୍ଗଣରେ ସହସ୍ରାଧିକ ଜୀବପ୍ରଜ୍ଜୋଳନ କରି ଜୀଉମାନଙ୍କୁ ଦର୍ଶନ ପୂର୍ବକ ପୂର୍ଣ୍ୟ ଅର୍ଜନ କରିଥିଲେ।

ଏହି ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ଏକ ମନୋଜ୍ଞ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ ତରଫରୁ ଦାଶରଥି ସାହୁ,ଦେବଦତ୍ତ ପାଣି ବାଳମୁକୁନ୍ଦ ଦାସ, ପଦ୍ମଚରଣ ମହାପାତ୍ର, ସୋମନାଥ ହୋତା ଓ ସତ୍ୟ ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

ଦେବ ଦୀପାବଳୀ ପିଣ୍ଡଦାନ ପିତୃପୁରୁଷ ଶ୍ରୀରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.