Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ପରିସରରେ ନିଯୁକ୍ତି ଭିତ୍ତିକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ବ୍ଲକ ପରିସରରେ ନିଯୁକ୍ତି ଭିତ୍ତିକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ

December 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବ୍ଲକ ପରିସରରେ ଏକ ନିଯୁକ୍ତି ଭିତ୍ତିକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।  ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟଶ ମିଟୁ ନାୟକ, ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସହ ନିଯୁକ୍ତି ବିଭାଗ ଉପ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର ଯୋଗ ଦେଇଥିଲେ। ଅଂଚଳର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅକୃତକାର୍ଯ୍ୟ ଏବଂ ବେକାରୀ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଶିବିର ମାଧ୍ୟମରେ ପରାମର୍ଶ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ମୂଳ ଲକ୍ଷ ବୋଲି ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ ପରିପ୍ରକାଶ କରିଥିଲେ।

ଆଇଟିଆଇ, ଗ୍ରାମ ତରଙ୍ଗ କ୍ଷେତ୍ର ସହ ସମୁଦାୟ ୮ଟି ବିଭାଗରୁ ଅଧିକାରୀ ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ କିପରି ନିଯୁକ୍ତି ପାଇପାରିବେ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।

ତାଲିମ ଶିବିରରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ନିଯୁକ୍ତି ପାଇବା ନିମିତ୍ତ ଉତତ୍ସାହିତ ହୋଇ ସମୁଦାୟ ୧୬୨ଜଣ ତାଲିମ ନିମିତ୍ତ ନାମ ପଞ୍ଜିକରଣ କରିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ଜଣାଇଛନ୍ତି। ଏସ୍ଡ଼ିସି ପ୍ରସନ୍ନ ବେହେରା, ବିପିଏମ ଶିବ ପ୍ରସାଦ ଜାଲି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ନିଯୁକ୍ତି ଭିତ୍ତିକ ତାଲିମ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.