ଖୋଲିଲା ଭୁଷଣ୍ଡପୁରସ୍ଥିତ ମା ଉଗ୍ରତାରା ମନ୍ଦିର ହୁଣ୍ଡି, ଜାଣନ୍ତୁ ସର୍ବମୋଟ କେତେ ଟଙ୍କା ମିଳିଲା

Published: Dec 22, 2023, 7:15 pm IST

ନିରାକାରପୁର: ଓଡିଶାର ମହାନ ଶକ୍ତି ପୀଠ ଓ ତନ୍ତ୍ର ପୀଠ ଗୁଡ଼ିକ ମଧ୍ୟରୁ ମା ଉଗ୍ରତାରା ପୀଠ ଅନ୍ୟତମ। ଆଜି ଦିଵା ଦଶ ଘଟିକା ସମୟରେ ମନ୍ଦିରର ହୁଣ୍ଡି ଖୋଲାଯାଇଛି । ମା ଉଗ୍ରତାରା ଟ୍ରଷ୍ଟ ବୋର୍ଡ ସଭାପତି ଟାଙ୍ଗୀ ତହସିଲଦାର ମିତାଲି ପାତ୍ର, ଟାଙ୍ଗୀ ବିଡିଓ ରେଶ୍ମା ଟେଟେ, ଭୁଷଣ୍ଡପୁର ଫାଣ୍ଡି ନିରୀକ୍ଷକ ବିଚିତ୍ରା ନନ୍ଦ ପରିଡ଼ାଙ୍କ ଉପସ୍ଥିତରେ ଏହା ଖୋଲାଯାଇଥିଲା।

ସେହିପରି ଭୁଷଣ୍ଡପୁର ରାଜସ୍ବ ନୀରିକ୍ଷକ କୈଳାସ ଚନ୍ଦ୍ର ଦଳେଇ, ସାନରାଉତପଡ଼ା ସରପଞ୍ଚ କିଶୋର କୁମାର ରାଉତରାୟ, କନ୍ତଳବାଈ ସରପଂଚ ସୁନୀତା ହାଲଦାର , ଏଣ୍ଡାମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ମୁଖ୍ୟ ପୂଜକଙ୍କ ସହିତ ମନ୍ଦିର କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସର୍ବମୋଟ ୬ ଲକ୍ଷ ୪୦ ହଜାର ସଂଗୃହିତ ହୋଇ ସ୍ଥାନୀୟ ବ୍ୟାଙ୍କ ଥିବା ମନ୍ଦିର ଜମା ଖାତାରେ ଜମା କରାଯାଇଛି ।

Related posts