Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ମାସ ଧରି ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) ଅନ୍ତର୍ଗତ ସମାଜ ବିକାଶ କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଯାଇଛି।

ନିମନ୍ତ୍ରିତ ଅତିଥିମାନେ ସମାଜ ସେବା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଯଥାର୍ଥ ବ୍ୟକ୍ତିତ୍ୱ ନିର୍ମାଣ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚିତ ହୁଏ ଓ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଛନ୍ତି।

ଗତକାଲି ପୂର୍ବାହ୍ଣରେ ସମାଜସେବା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡ଼କ୍ରସ ମିଳିତ ଆୟୋଜନରେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ,ମନସ୍ବିନୀ ପଟ୍ଟନାୟକ,ଓ ଧୋବୀ ପରିଡାଙ୍କ ତତ୍ୱାବଧାନରେ ଫାଷ୍ଟ ଏଡ଼ ଟ୍ରେନିଙ୍ଗ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ସମାଜସେବୀ ଅନନ୍ତ ଚରଣ ଖଟେଇ ଉକ୍ତ ପ୍ରାଥମିକ ଚିକିତ୍ସା ସହାୟତା ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଅତିଥିଭାବେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସମାଜକର୍ମୀ ଶ୍ରୀ ସୋମ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ଦ୍ୱାରା ଅଭିଭୂତ କରିଥିଲେ l ସେ କହିଥିଲେ ଯେ ଯୁବପିଢ଼ିଙ୍କ ମଧ୍ୟରେ ଅଫୁରନ୍ତ ସୃଜନଶୀଳତା ଭରି ରହିଛି l ମହାବିଦ୍ୟାଳୟର ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଏହି ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇଉଠେ।

ଏଥିସହିତ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ। ଧର୍ମ ବର୍ଣ୍ଣ,ଜାତି ନିର୍ବିଶେଷରେ ଛାତ୍ର ଛାତ୍ରୀ ମାନେ ସମାଜ ସେବା କରିବା ଦ୍ୱାରା ଓଡିଶାରେ ଯୁବ ବିକାଶ ସହ ଉନ୍ନତ ଓଡିଶାର ଗଠନ ସମ୍ଭଵପର ହୋଇପାରିବ ବୋଲି ଶ୍ରୀ ସୋମ ପରାମର୍ଶ ଦେଇଥିଲେ l ଏହାପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ମୁଖ୍ୟ ଅତିଥି ଶ୍ରୀ ସୋମ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ଏହି ସମାଜସେବା କାର୍ଯ୍ୟକ୍ରମର ଅନ୍ୟତମ ଆବାହକ ଶିବରlମ ସିଂ, ହିମାଂଶୁ କୁମାର ଦାଶ, ପ୍ରବୀଣ କୁମାର ଜେନା ,ସ୍ୱାତୀ ଝରଣା ନାଥ,ସ୍ଵାଗତିକା ସାହୁ,ପତିତପାବନ ପଣ୍ଡା,କୀର୍ତ୍ତିମୟୀ ବାରିକ, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ପ୍ରିୟମ୍ବଦା ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ l
ଏହି ଅବସରରେ ଅଧ୍ୟକ୍ଷl ସମାଜସେବା କାର୍ଯ୍ୟକ୍ରମର ସମସ୍ତ ଆବାହକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026
Latest News

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026

ଆଜି ମାର୍ଚ୍ଚ ୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.