Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହାବସପୁରଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ
ଆଞ୍ଚଳିକ

ହାବସପୁରଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

January 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହାବସପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଉଦ୍ୟମରେ ସମଗ୍ର ପଞ୍ଚାଯତ ଅଞ୍ଚଳରେ କଳାହାଣ୍ଡି ଉତ୍ସବ ର ମୂଳ ଲକ୍ଷ୍ୟ ଉପରେ ବିଭିନ୍ନ ଆଲୋଚନା ମାନ ଅନୁଷ୍ଠିତ କରାଯାଇଥିଲା। ଗ୍ରାମାଞ୍ଚଳର ବିଭିନ୍ନ ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଯୁବ ସରପଞ୍ଚ ଶ୍ରୀ ପଣ୍ଡା ଉଦ୍ୟମ କରିଆସୁଥିବା ବେଳେ କଳାହାଣ୍ଡି ଉତ୍ସବ ରେ ସେମାନଙ୍କୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା କରିଥିଲେ।

ଐତିହ୍ୟ ସମ୍ପନ୍ନ ହାବସପୁର ଗ୍ରାମ ପଞ୍ଚାୟତରେ ଅନେକ କଳାକାର ଥିବା ବେଳେ ଏହି ଅଞ୍ଚଳରେ ବନାବାଡି, ଘୁମୁରା, କୀର୍ତ୍ତନ, ଗିତିନାଟ୍ୟ ଆଦି ଅନେକ ସାଂସ୍କୃତିକ ଦଳ ଅତୀତରେ ସମଗ୍ର ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବେଳେ ସେସବୁକୁ ବଜାୟ ରଖିବାକୁ ଉଦ୍ୟମ କରିବାକୁ ଉପସ୍ଥିତ ଅତିଥି ମାନେ ଆହାନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ରିଡା ପ୍ରତିଯୋଗିତା, ପ୍ରାଥମିକ, ହାଇସ୍କୁଲ ଓ କଲେଜ ସ୍ତରରେ ନୃତ୍ୟ ପ୍ରତିଯୋଗିତା, ପ୍ରବନ୍ଧ ଓ କବିତା ଲିଖନ, ହୁଳହୁଳି, ଚିତ୍ରାଙ୍କନ, ଗୀତ ସଙ୍ଗୀତ ଆଦି ଅନେକ ବିଭାଗରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା।

ଏହି ଅବସରରେ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ, ଆଇନଜୀବି ଓ ସମାଜସେବୀ ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ବାରମ୍ବାର ପ୍ରୟାସ କରିବାକୁ ଆହାନ ଜଣାଇଥିଲେ। ସେହିପରି ଅନ୍ଧକାରରୁ ଆଲୋକ ଦେଖାଉଥିବା ଗୁରୁଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ଉଚିତ ବୋଲି ମତ ପ୍ରକାଶ କରିବା ସହିତ ସୁଶୀଲ କ୍ଷମାବନ୍ତ ଓ କର୍ମ ସଂସ୍କାରକ ଭାବରେ ଶିକ୍ଷକ ମାନେ ନିଜକୁ ପ୍ରତିପାଦନ କରିପାରିଲେ ଛାତ୍ର ସମାଜ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦ ସଭ୍ୟା ଶାମୁକାରାଣୀ କୁମାର ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ଶେଷଦେବ ପଣ୍ଡା ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ଯୁବ ସମାଜ ଏକଯୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ। ଏହି ଅଞ୍ଚଳର ଗର୍ବ ଗୌରବ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସଞ୍ଚଳର ସାଂସ୍କୃତିକ ଓ ପୁରାତନ ଭିତ୍ତି ଭୂମି ଉପରେ ଆଲୋକପାତ କରିବା ସହିତ ସମସ୍ତ ସାଂସ୍କୃତିକ ପ୍ରେମୀ ସ୍ଥାନୀୟ ଅଞ୍ଚଳର ସଂସ୍କୃତିକୁ ବଜାୟ ରଖିବାକୁ ଆହ୍ବାନ ଜଣାଇଥିଲେ।

ଏହି ଅବସରରେ ନେବ ସରପଞ୍ଚ ମନୋରମା ନାଗ, ଗ୍ରାମ ପଞ୍ଚାୟତ ଅଧିକାରୀ ମୁକୁନ୍ଦ ଦୋରା, ଜିଆରଏସ ହରି ନାରାୟଣ ମେହେରଙ୍କ ସମେତ ପ୍ରଧାନ ଶିକ୍ଷକ ଅଟଳ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ବାରା ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ୱାର୍ଡ ସଭ୍ୟ ଅର୍ଜୁନ ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ, ମହିଳା ସ୍ବାସ୍ଥ୍ୟ କର୍ମୀ, କେଏସ ହାଇ ସ୍କୁଲ ର ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

କଳାହାଣ୍ଡି ଉତ୍ସବ ପଞ୍ଚାୟତ ସ୍ତରୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.