Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଆଦିବାସୀ ମାଆମାନଙ୍କ ସୁରକ୍ଷା ଅଧିକାର ନିମିତ୍ତ ଆଇନ ସମ୍ପର୍କିତ କର୍ମଶାଳା
ଆଞ୍ଚଳିକ

ବାଣପୁରରେ ଆଦିବାସୀ ମାଆମାନଙ୍କ ସୁରକ୍ଷା ଅଧିକାର ନିମିତ୍ତ ଆଇନ ସମ୍ପର୍କିତ କର୍ମଶାଳା

January 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ଆଦିବାସୀ ମାଆମାନଙ୍କ ସୁରକ୍ଷା ଅଧିକାର ନିମିତ୍ତ ଏକ ଆଇନ ସମ୍ପର୍କିତ କର୍ମଶାଳା ବାଣପୁର ନିକଟସ୍ଥ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏକତା ପରିଷଦର ପ୍ରତିଷ୍ଠାତା ସଦସ୍ୟା ଓ ପରିଚାଳିକା ସନ୍ଧ୍ୟାରାଣୀ ଦେବୀ କର୍ମଶାଳାର ସଭା ପରିଚାଳନା କରିଥିବା ବେଳେ ବାଣପୁର ସମନ୍ଵିତ ଶିଶୁ ବିକାଶ ଅଧିକାରୀ ସୁଜାତା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ସରସ୍ବତୀ ପ୍ରଧାନ, ଟୁନି ଦାସ, ସବିତା ପ୍ରଧାନ ଯୋଗ ଦେଇ ମହିଳା ମାନଙ୍କ ଅଧିକାର ସମ୍ପର୍କରେ ଆଲୋକ ପାତ କରିଥିଲେ। ଅତିଥି ମାନେ ସମାଜରେ ଆଦିବାସୀ ମହିଳା ଓ ଶିଶୁ ସେମାନଙ୍କ ଅଧିକାର ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସଚେତନ ନଥିବାରୁ ସେମାନେ ଅବହେଳିତ ହୋଇ ରହୁଛନ୍ତି। ସରକାରଙ୍କ ପ୍ରଦତ୍ତ ଆଇନ ସେମାନଙ୍କ ସୁରକ୍ଷା ପାଇଁ କଣ ପ୍ରଣିଧାନ ଅଛି ମୁଖ୍ୟ ଅତିଥି ତାହାକୁ ଆଦିବାସୀ ମହିଳା ମାନଙ୍କ ଆଗରେ ପରିପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଦିବାସୀ ମାନଙ୍କର ଅଧିକାର ଓ ଆଇନ ସମ୍ପର୍କରେ ଦୀର୍ଘ ୨୦ବର୍ଷ ଧରି ଏକତା ପରିଷଦ ଏ ଅଞ୍ଚଳରେ କାର୍ଯ୍ୟକରି ଆସୁଥିବାରୁ ଅତିଥି ମାନେ ଟ୍ରଷ୍ଟକୁ ସାଧୁବାଦ ଜଣାଇଥିଲେ। ଦୀର୍ଘ କୋଡିଏ ବର୍ଷ ଧରି ନିରନ୍ତର ସେବାର ଅବତାରଣା କରି ଆଗକୁ ଆଦିବାସୀ ମହିଳା ଓ ଶିଶୁ ମାନଙ୍କର ସମସ୍ତ ଅସୁବିଧାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବାକୁ ଏକତା ପରିଷଦ ବଦ୍ଧପରିକର ବୋଲି ସନ୍ଧ୍ୟାରାଣୀ ଦେବୀ ମତ ପ୍ରକାଶ କରିଥିଲେ।

ଏକତା ପରିଷଦ ଟ୍ରଷ୍ଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.