Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିଶ୍ୱ ନାଟ୍ୟମେଳାରେ ରଞ୍ଜୁବାଳାଙ୍କୁ କଳାଗୌରବ ସମ୍ମାନ ପ୍ରଦାନ
ଆଞ୍ଚଳିକ

ବାଣପୁରରେ ବିଶ୍ୱ ନାଟ୍ୟମେଳାରେ ରଞ୍ଜୁବାଳାଙ୍କୁ କଳାଗୌରବ ସମ୍ମାନ ପ୍ରଦାନ

January 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ବିଶ୍ୱ ନାଟ୍ୟମେଳାରେ ରଞ୍ଜୁବାଳାଙ୍କୁ କଳାଗୌରବ ସମ୍ମାନ ପ୍ରଦାନ

ବାଣପୁର( ସୀତାରାମ ଅଗ୍ରୱାଲ): ବରିଷ୍ଠ ଶିକ୍ଷୟିତ୍ରୀ ତଥା ନାଟ୍ୟ ସଂଗଠିକା ରଞ୍ଜୁବାଳା ଚମ୍ପତିରାୟଙ୍କୁ ଚଳିତ ବର୍ଷ ବିଶ୍ୱ ନାଟ୍ୟମେଳାରେ ‘କଳା ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି।

ଶ୍ରୀମତୀ ଚମ୍ପତ୍ତିରାୟ ପେସାରେ ଜଣେ ଶିକ୍ଷକ, ମାତ୍ର ନିଶାରେ ଓଡ଼ିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସର୍ବଦା କାର୍ଯ୍ୟରତ। ରଞ୍ଜୁବାଳା ବାଣପୁର ସ୍ଥିତ ‘କଳିଙ୍ଗ କନ୍ୟା କଳା ପରିଷଦ’ର ମୁଖ୍ୟ ସଂଗଠିକା ଭାବରେ କାର୍ଯ୍ୟ କରି ବାଣପୁର ଅଂଚଳର କଳାକୁ ଉଜ୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ତାଙ୍କ ମାନସ କନ୍ୟା ଭାବରେ ଅଭିହିତ କଳିଙ୍ଗ କନ୍ୟା କଳାପରିଷଦ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି l ସ୍ୱାମୀ ପ୍ରମୋଦ କୁମାର ସ୍ୱାଇଁ ଜଣେ ମଞ୍ଚ ନିର୍ଦେଶକ ଭାବରେ ରଞ୍ଜୁବାଳା ଙ୍କର ଅନ୍ୟତମ ପ୍ରେରଣା ଦାୟୀ ଅଟନ୍ତି।

ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡ଼ିଆ ମଞ୍ଚ ନାଟକ ପାଇଁ କାର୍ଯ୍ୟ କରି ଆସୁଛନ୍ତି l ପଦ୍ମମୁକୁନ୍ଦ ବିଦ୍ୟାନିକେତନ, ନୂଆପଡା ଟାଙ୍ଗୀରେ ସମ୍ପ୍ରତି କାର୍ଯ୍ୟରତ ରଞ୍ଜୁବାଳା ଚମ୍ପତ୍ତିରାୟ କଟକ କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ବିଶ୍ୱ ନାଟ୍ୟମେଳା ୨୦୨୪ ଅବସରରେ କଳା ଗୌରବ ସମ୍ମାନ ହାସଲ କରିଥିଲେ।

ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀଙ୍କ ଉପସ୍ଥିତରେ ସ୍ୱତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କ ଠାରୁ ସମ୍ମାନ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବନିଛନ୍ତି ।

କଳିଙ୍ଗ କନ୍ୟା କଳା ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.