ବାଣପୁରରେ ବିଶ୍ୱ ନାଟ୍ୟମେଳାରେ ରଞ୍ଜୁବାଳାଙ୍କୁ କଳାଗୌରବ ସମ୍ମାନ ପ୍ରଦାନ

Published: Jan 19, 2024, 10:10 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ବରିଷ୍ଠ ଶିକ୍ଷୟିତ୍ରୀ ତଥା ନାଟ୍ୟ ସଂଗଠିକା ରଞ୍ଜୁବାଳା ଚମ୍ପତିରାୟଙ୍କୁ ଚଳିତ ବର୍ଷ ବିଶ୍ୱ ନାଟ୍ୟମେଳାରେ ‘କଳା ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି।

ଶ୍ରୀମତୀ ଚମ୍ପତ୍ତିରାୟ ପେସାରେ ଜଣେ ଶିକ୍ଷକ, ମାତ୍ର ନିଶାରେ ଓଡ଼ିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସର୍ବଦା କାର୍ଯ୍ୟରତ। ରଞ୍ଜୁବାଳା ବାଣପୁର ସ୍ଥିତ ‘କଳିଙ୍ଗ କନ୍ୟା କଳା ପରିଷଦ’ର ମୁଖ୍ୟ ସଂଗଠିକା ଭାବରେ କାର୍ଯ୍ୟ କରି ବାଣପୁର ଅଂଚଳର କଳାକୁ ଉଜ୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ତାଙ୍କ ମାନସ କନ୍ୟା ଭାବରେ ଅଭିହିତ କଳିଙ୍ଗ କନ୍ୟା କଳାପରିଷଦ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି l ସ୍ୱାମୀ ପ୍ରମୋଦ କୁମାର ସ୍ୱାଇଁ ଜଣେ ମଞ୍ଚ ନିର୍ଦେଶକ ଭାବରେ ରଞ୍ଜୁବାଳା ଙ୍କର ଅନ୍ୟତମ ପ୍ରେରଣା ଦାୟୀ ଅଟନ୍ତି।

ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡ଼ିଆ ମଞ୍ଚ ନାଟକ ପାଇଁ କାର୍ଯ୍ୟ କରି ଆସୁଛନ୍ତି l ପଦ୍ମମୁକୁନ୍ଦ ବିଦ୍ୟାନିକେତନ, ନୂଆପଡା ଟାଙ୍ଗୀରେ ସମ୍ପ୍ରତି କାର୍ଯ୍ୟରତ ରଞ୍ଜୁବାଳା ଚମ୍ପତ୍ତିରାୟ କଟକ କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ବିଶ୍ୱ ନାଟ୍ୟମେଳା ୨୦୨୪ ଅବସରରେ କଳା ଗୌରବ ସମ୍ମାନ ହାସଲ କରିଥିଲେ।

ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀଙ୍କ ଉପସ୍ଥିତରେ ସ୍ୱତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କ ଠାରୁ ସମ୍ମାନ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବନିଛନ୍ତି ।

Related posts