Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଲ୍ୱେଶ୍ୱର ଦେବଙ୍କ ଦ୍ୱାଦଶ ବାର୍ଷିକ ବିଶ୍ଵଶାନ୍ତି ମହଯଜ୍ଞର ପୂର୍ଣ୍ଣାହୁତି: ବିଭିନ୍ନ ପ୍ରକଳ୍ପ ଓ ପୂର୍ଣ୍ଣାହୁତି ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼
ଆଞ୍ଚଳିକ

ବିଲ୍ୱେଶ୍ୱର ଦେବଙ୍କ ଦ୍ୱାଦଶ ବାର୍ଷିକ ବିଶ୍ଵଶାନ୍ତି ମହଯଜ୍ଞର ପୂର୍ଣ୍ଣାହୁତି: ବିଭିନ୍ନ ପ୍ରକଳ୍ପ ଓ ପୂର୍ଣ୍ଣାହୁତି ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼

January 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦର ପାମ୍ପଡାର ଶ୍ରୀ ଶ୍ରୀ ବିଲ୍ୱେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଚଳିତ ମାସ ୧୬ ତାରିଖ ଠାରୁ ୫ ଦିନ ଧରି ଦ୍ୱାଦଶ ବାର୍ଷିକ ବିଶ୍ଵଶାନ୍ତି ମହଯଜ୍ଞ ଚାଲିଥିଲା। ୧୬ ତାରିଖ ମଙ୍ଗଳବାର ଦିନ ଅଙ୍କୁରାରୋପଣ, ୧୭ ତାରିଖ ବୁଧବାର ଦିନ କଳସ ଯାତ୍ରା, ୧୮ ତାରିଖ ଗୁରୁବାର ଦିନ ସୂର୍ଯ୍ୟପୂଜା ଓ ଦେବତାବରଣ ପ୍ରଥମ ଆହୂତି, ୧୯ ତାରିଖ ଦିନ ଶୁକ୍ରବାର ଦିନ ସୂର୍ଯ୍ୟପୂଜାଦି ଯଜ୍ଞକର୍ମ ଏବଂ ୨୦ ତାରିଖ ଶନିବାର ଶାମ୍ବ ଦଶମୀ ଦିନ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଯଜ୍ଞର ପ୍ରତ୍ୟେକ ଦିନ ପ୍ରବଚନ କାର୍ଯ୍ୟ ମାଧ୍ୟମରେ ଭାଗବତ କଥାମୃତ ଆଲୋଚନା କରାଯାଉଥିଲା। ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗାର ପ୍ରବଚକ ରତ୍ନାକର ରାୟ, ଗୋପାଳପୁରର ବିଶିଷ୍ଟ ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜ, ରଣପୁରର ଲେଖିକା ତଥା ପ୍ରବଚିକା ଡ. କଳ୍ପନା ରଥ, ସାହିତ୍ୟ ଲେଖକ ତଥା ବିଶିଷ୍ଟ ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟଜୀ ମହାରାଜ ପ୍ରମୁଖ ଶହ ଶହ ଭକ୍ତ ତଥା ଶ୍ରୋତାଙ୍କୁ ଭାଗବତ କଥାମୃତ ଶ୍ରବଣ କରାଇଥିଲେ।

ଏହି ଯଜ୍ଞ ପାମ୍ପଡା, ଜୟପୁର, ବାଉରୀସାହି, ମର୍ଥାପଦର, ନୂଆଗାଁ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଯଜ୍ଞ ସହିତ ଏଠାରେ କରାଯାଇଥିବା କଳକୀ ଅବତାର, ବୁଦ୍ଧ ଅବତାର, ରାମ ଅବତାର, ବଳରାମ ଅବତାର, ପର୍ଶୁରାମ ଅବତାର, ମତ୍ସ ଅବତାର, କଚ୍ଛପ ଅବତାର, ବାମନ ଅବତାର, ନୃସିଂହ ଅବତାର, ବରାହ ଅବତାର ଭଳି ବିଭିନ୍ନ ଠାକୁରଙ୍କ ପ୍ରକଳ୍ପଗୁଡିକୁ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହା ସହ ଶେଷ ଦିନ ରାମ ନାଟକ ପରିବେଷଣ କରାଯାଇଥିଲା।

ଯଜ୍ଞାନୁଷ୍ଠାନ ସଭାପତି କିଶୋର ଚନ୍ଦ୍ର ନାୟକ, ଗ୍ରାମ ସଭାପତି ବୁଦ୍ଧିମାନ ସାହୁ ଓ ମୀନକେତନ ବେହେରା, କାଉନସିଲର ରମାକାନ୍ତ ସାହୁ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଲୋକନାଥ ସାହୁ ଏବଂ ଗ୍ରାମବାସୀ ଓ ମନ୍ଦିର କମିଟିର ସଦସ୍ୟମାନଙ୍କ ସହଯୋଗରେ ଯଜ୍ଞ ଉଦଯାପିତ ହୋଇଥିଲା।

ଦ୍ୱାଦଶ ବାର୍ଷିକ ପୂର୍ଣ୍ଣାହୁତି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.