Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪
ଆଞ୍ଚଳିକ

ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪

January 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଘ ସାମନ୍ତ ମିନି ଷ୍ଟାଡିଅମ ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ବରଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଡିଶା ଶିକ୍ଷା ବିକାଶ ସମିତି ସମ୍ଭାଗର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଅପରାହ୍ନରେ ଏକ ସଭାକାର୍ଯ୍ୟ କରାଯାଇଥିଲା। ଏଥିରେ ଅତିଥି ଭାବେ ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ତଥା ଶିକ୍ଷବିତ୍ତ ତଥା ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ, ଉପ-ସଭାପତି ପ୍ରିୟରଞ୍ଜନ ଦେଓ, ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ, ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ନନ୍ଦ, ପରିଚାଳନା କମିଟିର ସଭ୍ୟା ପିଙ୍କି ମହାପାତ୍ର, ଜୋସ୍ନାରାଣୀ ସେଠୀ, ସଭ୍ୟ ପ୍ରମୋଦ ବଳିଆରସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ମାଆ ମାନଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ମାଆ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ।

ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆକାର୍ଷଣୀୟ ମନୋରଞ୍ଜନ ଭିତ୍ତିକ ତଥା ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ସେଥି ମଧ୍ୟରୁ ତୃତୀୟ ଶ୍ରେଣୀର ପ୍ରିତମ ନାୟକ, ସୋମ୍ୟ ରଞ୍ଜନ ରଣା ଓ ସମସ୍ତ ଛାତ୍ରଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ନଟିଆ ଡ୍ୟାନ୍ସ ବେଶ ଆକାର୍ଷଣୀୟ ଥିଲା। ଶିକ୍ଷବିତ୍ତ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଦ୍ୱାରା ସ୍ୱରଚିତ “ମାଟି ମୋ ରଣପୁର” ସାଂସ୍କୃତିକ କାର୍ଯ୍ୟ ଅନ୍ୟତମ ବିଶେଷ ଆକର୍ଷଣ ଥିଲା ବେଳେ ବୋଧ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ ଆରିଆ ଅମ୍ରିତାଙ୍କ ‘ବଜେ ବଇଁଶୀ’ ନୃତ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ମହାପାତ୍ରଙ୍କ ତତ୍ୱାବଧାନରେ ଗୁରୁମା ସୁଶ୍ରୀ ସଙ୍ଗୀତା ତ୍ରିପାଠୀ, ଗୁରୁଜୀ ଚିତ୍ତ ରଞ୍ଜନ ରଥ, ସବିତା ପଟ୍ଟନାୟକ, ସାଗରିକ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶ୍ରୀକାନ୍ତ ଦାଶଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ।

ନୟାଗଡ଼ ଜିଲ୍ଲା ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026
Latest News

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.