Categories
ଆଞ୍ଚଳିକ

ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪

ରଣପୁର: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଘ ସାମନ୍ତ ମିନି ଷ୍ଟାଡିଅମ ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ବରଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଡିଶା ଶିକ୍ଷା ବିକାଶ ସମିତି ସମ୍ଭାଗର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଅପରାହ୍ନରେ ଏକ ସଭାକାର୍ଯ୍ୟ କରାଯାଇଥିଲା। ଏଥିରେ ଅତିଥି ଭାବେ ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ତଥା ଶିକ୍ଷବିତ୍ତ ତଥା ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ, ଉପ-ସଭାପତି ପ୍ରିୟରଞ୍ଜନ ଦେଓ, ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ, ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ନନ୍ଦ, ପରିଚାଳନା କମିଟିର ସଭ୍ୟା ପିଙ୍କି ମହାପାତ୍ର, ଜୋସ୍ନାରାଣୀ ସେଠୀ, ସଭ୍ୟ ପ୍ରମୋଦ ବଳିଆରସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ମାଆ ମାନଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ମାଆ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ।

ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆକାର୍ଷଣୀୟ ମନୋରଞ୍ଜନ ଭିତ୍ତିକ ତଥା ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ସେଥି ମଧ୍ୟରୁ ତୃତୀୟ ଶ୍ରେଣୀର ପ୍ରିତମ ନାୟକ, ସୋମ୍ୟ ରଞ୍ଜନ ରଣା ଓ ସମସ୍ତ ଛାତ୍ରଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ନଟିଆ ଡ୍ୟାନ୍ସ ବେଶ ଆକାର୍ଷଣୀୟ ଥିଲା। ଶିକ୍ଷବିତ୍ତ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଦ୍ୱାରା ସ୍ୱରଚିତ “ମାଟି ମୋ ରଣପୁର” ସାଂସ୍କୃତିକ କାର୍ଯ୍ୟ ଅନ୍ୟତମ ବିଶେଷ ଆକର୍ଷଣ ଥିଲା ବେଳେ ବୋଧ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ ଆରିଆ ଅମ୍ରିତାଙ୍କ ‘ବଜେ ବଇଁଶୀ’ ନୃତ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ମହାପାତ୍ରଙ୍କ ତତ୍ୱାବଧାନରେ ଗୁରୁମା ସୁଶ୍ରୀ ସଙ୍ଗୀତା ତ୍ରିପାଠୀ, ଗୁରୁଜୀ ଚିତ୍ତ ରଞ୍ଜନ ରଥ, ସବିତା ପଟ୍ଟନାୟକ, ସାଗରିକ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶ୍ରୀକାନ୍ତ ଦାଶଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ରଣପୁର: ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ବୁଧବାର ଦିନ ସପ୍ତବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରସାନନ୍ଦ ପ୍ରଧାନ ସହ -ଗୋଷ୍ଠୀ ଶିକ୍ଷାଅଧିକାରୀ, ରଣପୁର ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ଭଞ୍ଜ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ତଥା ଅଧ୍ୟାତ୍ମିକ ପ୍ରବଚକ। ଶିଶୁଟିଏ କିପରି ଜଣେ ଭଲ ଦେଶ ସେବକ ହେବ ଏବଂ ତାର ଭାବନା ଆଧ୍ୟାତ୍ମିକ ଭାବନାରେ ପରିପୃଷ୍ଟ ହେବ ସେ ସମ୍ଭଧରେ ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟର ସଭାପତି ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ।  ସମ୍ପାଦକ ସନ୍ତୋଷ କୁମାର ସାଥୁଆ ଅତିଥିମାନଙ୍କ ର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସେବା ଦେଇଥିବା ୭ ଜଣ ସେବାବ୍ରତୀ ମାନଙ୍କୁ ମାନପତ୍ର ଓ ଉପ ଢୋଉକୁନ ପ୍ରଦାନ କରି ସନମାନିତ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୌମ୍ୟଶ୍ରୀ ସାହୁ ଓ ଅଂଶୁମାନ ପ୍ରସାଦଙ୍କୁ ଟ୍ରଫି ପ୍ରଦାନ କରାଯଇଥିଲା।

ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟର ସହ ସମ୍ପାଦକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୱତ ପରିଷଦ, ମାତୃଭାରତୀ ଓ ପରିଚାଳନା ସମିତିର ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ। ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଶିଶୁମନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମହ୍ଲାର ଅବିଭାବକମାନଙ୍କୁ ବେଶ ବିମୋହିତ କରିଥିଲା।

Categories
ଆଞ୍ଚଳିକ

ରଣପୁର ସରସ୍ବତୀ ଶିଶୁ ମନ୍ଦିରର ଚତୁରବିଂଶତମ ବାର୍ଷିକ ଉତ୍ସବ ପାଳିତ

ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁବାର ଦିନ ଚତୁରବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବରେଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତିର ନୟାଗଡ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।  ପ୍ରିୟ ରଞ୍ଜନ ଦେଓ ସଭାଧକ୍ଷ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ।  ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।

ପରିଶେଷରେ ବିଦ୍ୟାଳୟ ଶିକ୍ଷକ ଚିତ୍ତରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପରିଚାଳନା ସମିତିର ସଭ୍ୟବୃନ୍ଦ ଓ ଅଭିଭାବକ ଉପସ୍ଥିତ ରହିଥିଲେ। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବଳିଷ୍ଠ ନିର୍ଦେଶନାରେ ଶିଶୁମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅବିଭାବକ ମାନଙ୍କୁ ବେଶ ବିମୋହିତ କରିଥିଲା।  ବିଦ୍ୟାଳୟର ସହ

ସମ୍ପାଦକ ପ୍ରଦୀପ୍ତ ନନ୍ଦ, ଶିକ୍ଷକ ସନ୍ତୋଷ କୁମାର ଆଚାର୍ଯ୍ୟ, ସୁଶ୍ରୀ ସଙ୍ଗୀତା ତ୍ରିପାଠୀ, ଗୀତାରାଣୀ ମିଶ୍ରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୀତା ଜୟନ୍ତୀ ଉତ୍ସବ ପାଳିତ

ସମୀକ୍ଷା ବ୍ୟୁରୋ

ବାଣପୁର, ୯/୧୨: ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୀତା ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର, ବାଲୁଗାଁ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଗୀତା ଜୟନ୍ତୀ ଉତ୍ସବରେ ଗୀତା ଅଧ୍ୟୟନର ଆବଶ୍ୟକତା ଓ ମଣିଷ ଜୀବନରେ ଗୀତାର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସଭାରେ ବିଚିତ୍ରାନନ୍ଦ ବେହେରା, ଗାୟତ୍ରୀ ପରିବାରର ସଦସ୍ୟ ସଭିଙ୍କର ମାର୍ଗଦର୍ଶନ କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ବୈରାଗୀ ଚରଣ ବଳ କେନ୍ଦ୍ରର ସମ୍ପର୍କ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରସନ୍ନ କୁମାର ମିଶ୍ର ଗୀତାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ