Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ସରସ୍ବତୀ ଶିଶୁ ମନ୍ଦିରର ଚତୁରବିଂଶତମ ବାର୍ଷିକ ଉତ୍ସବ ପାଳିତ
ଆଞ୍ଚଳିକ

ରଣପୁର ସରସ୍ବତୀ ଶିଶୁ ମନ୍ଦିରର ଚତୁରବିଂଶତମ ବାର୍ଷିକ ଉତ୍ସବ ପାଳିତ

December 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁବାର ଦିନ ଚତୁରବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବରେଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତିର ନୟାଗଡ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।  ପ୍ରିୟ ରଞ୍ଜନ ଦେଓ ସଭାଧକ୍ଷ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ।  ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।

ପରିଶେଷରେ ବିଦ୍ୟାଳୟ ଶିକ୍ଷକ ଚିତ୍ତରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପରିଚାଳନା ସମିତିର ସଭ୍ୟବୃନ୍ଦ ଓ ଅଭିଭାବକ ଉପସ୍ଥିତ ରହିଥିଲେ। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବଳିଷ୍ଠ ନିର୍ଦେଶନାରେ ଶିଶୁମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅବିଭାବକ ମାନଙ୍କୁ ବେଶ ବିମୋହିତ କରିଥିଲା।  ବିଦ୍ୟାଳୟର ସହ

ସମ୍ପାଦକ ପ୍ରଦୀପ୍ତ ନନ୍ଦ, ଶିକ୍ଷକ ସନ୍ତୋଷ କୁମାର ଆଚାର୍ଯ୍ୟ, ସୁଶ୍ରୀ ସଙ୍ଗୀତା ତ୍ରିପାଠୀ, ଗୀତାରାଣୀ ମିଶ୍ରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।

ବାର୍ଷିକ ଉତ୍ସବ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.