Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ଖୋର୍ଦ୍ଧା ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ
ଆଞ୍ଚଳିକ

ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ଖୋର୍ଦ୍ଧା ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ

January 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ଶ୍ରୀ ଚକ୍ରବର୍ତ୍ତୀ ଆଜି ପୂର୍ବାହ୍ନରେ ହଠାତ ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିଥିଲେ।  ମା’ ଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର ମଙ୍ଗଳ କାମନା କରି ଜିଲ୍ଲାବାସୀଙ୍କଠାରୁ ବିଦାୟ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ଦାୟିତ୍ୱ ଗ୍ରହଣ କରିବେ।

ତେବେ ଶ୍ରୀ ଚକ୍ରବର୍ତ୍ତୀଙ୍କ କାର୍ଯ୍ୟକାଳ ମଧ୍ୟରେ ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ବିଦାୟୀ ଜିଲ୍ଲାପାଳ। ତତସହିତ ଜିଲ୍ଲାରେ ଦୀର୍ଘ ଦେଢ଼ ବର୍ଷ ଧରି କାର୍ଯ୍ୟକାଳ ମଧ୍ୟରେ ଏକାଧିକ ସ୍ମୃତି ସାଉଁଟିଛନ୍ତି ବିଦାୟୀ ଜିଲ୍ଲାପାଳ।

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବା ଦିନଠାରୁ ଜିଲ୍ଲାର ଉନ୍ନତି ପାଇଁ ଅହରହ କାର୍ଯ୍ୟ କରୁଥିବାର ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିଛି। ଏପରିକି ବିଳମ୍ବିତ ରାତ୍ରି ଏବଂ ଛୁଟି ଦିନରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥାଏ। ଜଣେ ଦାଇତ୍ୱବାନ, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଓ ଶକ୍ତ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଚକ୍ରବର୍ତ୍ତୀ ନିଜର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଜିଲ୍ଲାର ବିଭିନ୍ନ ମେଡିକାଲ ଅଚାନକ ପରିଦର୍ଶନ ହେଉ ଅବା ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ ଏବଂ ଜନ ଅଭିଯୋଗ ଶୁଣାଣି ହେଉ ଏହା ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ନିକଟବର୍ତ୍ତୀ କରିପାରିଛି।

ଶ୍ରୀ ଚକ୍ରବର୍ତ୍ତୀ ବର୍ତ୍ତମାନ ମାଇନର ମିନେରାଲ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ନୂତନ ଦାଇତ୍ୱ ଗ୍ରହଣ କରିବେ। ଗତକାଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଦାୟୀ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ ବିଦାୟକାଳୀନ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026

ଟ୍ରମ୍ଫଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କଲା ଇରାନ ସମର୍ଥିତ ଇରାକୀ ଆତଙ୍କବାଦୀ ସଂଗଠନ

July 17, 2026

ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଗୁଜୁରାଟ ATS: ଚାଞ୍ଚଲ୍ୟକର ଖୁଲାସା

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.