Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଆଞ୍ଚଳିକ

ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

February 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡି ଚାଳକ ଚମ୍ପଟ ମାରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ଆସ୍କାରୁ ଭୁବନେଶ୍ୱର ଅଭିମୁଖେ ନମସ୍କାର ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର (ଗାଡି ନଂ ଏପି ୩୭ ଟିଡି ୬୧୭୯) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଯାହାଫଳରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ରାସ୍ତା ପାର୍ଶ୍ଵରେ ଥିବା ଗଛ ଯୋଗୁଁ ଲଟକି ରହିଥିଲା।

ଖବର ପାଇ ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ଓ ଟିମ, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଥିବା ବେଳେ ଆହତ ୮ ଜଣ ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସେତେଟା ଗୁରୁତର ନଥିବାରୁ ଆଶୁଚିକିତ୍ସା କରି ପଠାଇ ଦିଆଯାଇଛି। ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୌଡା ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

ଜାତୀୟ ରାଜପଥ ବାଲୁଗାଁ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ କିନ୍ନର ଓ ଦିନ ମଜୁରିଆ ହତାହାତି, ଉଭୟ ଗୁରୁତର

October 31, 2025

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ସ୍କୁଲ ପାଚେରୀ

October 29, 2025

ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

October 28, 2025
Latest News

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଜାଣନ୍ତୁ ଆପଣ ମାଗଣାରେ କେଉଁଠାରେ ଦେଖିପାରିବେ ମ୍ୟାଚ୍?

October 31, 2025

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

October 31, 2025

ବାଲୁଗାଁରେ କିନ୍ନର ଓ ଦିନ ମଜୁରିଆ ହତାହାତି, ଉଭୟ ଗୁରୁତର

October 31, 2025

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଏକତା ଦୌଡ଼: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

October 31, 2025

ନୂଆପଡା ଉପନିର୍ବାଚନରେ କିଏ ଜିତିବ? ବୁଦ୍ଧିଜୀବି, ସାଧାରଣ ଜନତାଙ୍କୁ ପଚାରିବା ପରେ ମିଳିଲା ଆଶ୍ଚର୍ଯ୍ୟ ଉତ୍ତର

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.