ଖୋର୍ଦ୍ଧାରେ ସୂଚନା ଅଧିକାର ନିୟମ ସଂପର୍କରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ କର୍ମଶାଳା

Published: Feb 6, 2024, 9:43 pm IST

ଖୋର୍ଦ୍ଧା: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାର ଆଇନ ପ୍ରକଳ୍ପ ପରିଚାଳନା ୟୁନିଟ (RTI PMU) ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଭାସି ମାଧ୍ୟମରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ସୂଚନା ଅଧିକାର ଆଇନ ଅନିୟମ,୨୦୦୫ ର ଧାରା ୪ (୧) (ଖ ) ଅଧୀନରେ ପ୍ରୋ ଆକ୍ଟିଭ disclosure ବାଧ୍ୟତାମୂଳକ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ୱ ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ଙ୍କ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ସୂଚନା ଅଧିକାର ଆଇନ ର ଡୋମେନ ଏକ୍ସପର୍ଟ ଶ୍ରୀହର୍ଷ ପରିଛା ଆଭାଷୀ ମାଧ୍ୟମରେ ଏହି ଶିବିରକୁ ପରିଚାଳନା କରିଥିଲେ। ଦୈନନ୍ଦିନ କାର୍ଯ୍ୟରୁ ବ୍ୟବହାରିକ ଉଦାହରଣ ମାଧ୍ଯମରେ ଶ୍ରୀ ପରିଚ୍ଛା ସୂଚନା ଅଧିକ ଆଇନ ର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଆବେଦନ ଗୁଡିକ ପରିଚାଳନା କରିବା ବେଳେ ସର୍ବଦା ନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନୁରୋଧ ଗୁଡିକର ଉତ୍ତର ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ଏବଂ ଧାରା ୪(୧) (ଖ)ର ନିୟମ ଗୁଡିକୁ ଏବଂ ଏହାର ପ୍ରଭାବକୁ ସ୍ପଷ୍ଟ କରିବା ନିମନ୍ତେ ଉପସ୍ଥିତ ପ୍ରଶିକ୍ଷକ ଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କ ର ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇ କର୍ମଶାଳା ପରିସମାପ୍ତି କରାଯାଇଥିଲା ।

Related posts