Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ
ଆଞ୍ଚଳିକ

ବାଲୁଗାଁ: ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

February 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟପକ୍ଷରୁ ଆଠ ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି। ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉଦଯାପନ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।

ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିବା ପରେ ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଦକ୍ଷ ବୋଲି କହିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଡକ୍ଟର ମୋନାଲିସା ମାନସିଂ ଆଠଦିନ ଧରି ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିବା ତାଲିମ୍ ଶିବିରର ବିବରଣୀ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ମିନାକ୍ଷୀ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ସୁଜାତା ପ୍ରଧାନ ଯୋଗଦେଇ ଆତ୍ମରକ୍ଷା କୌଶଳର ଆଭିମୁଖ୍ୟ, ବାଳିକା ମାନଙ୍କର ଆତ୍ମବଳ, ସ୍ୱତନ୍ତ୍ର ଦକ୍ଷତା, ନିଷ୍ଠାପରତା, ପ୍ରତିପକ୍ଷ ସହ ଲଢେଇ କରିବାର ସଶକ୍ତିକରଣ, ସମ୍ବେଦନଶୀଳତା,ସାହସ,ଦାୟିତ୍ୱବଦ୍ଧତା, ମହିଳା ହିଂସା ସମୟରେ ପ୍ରତିକ୍ରିୟା ପ୍ରଦର୍ଶନ ଆଦି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ କରାଟେ ଖେଳାଳୀ ତଥା ବାଳିକା ଆତ୍ମରକ୍ଷା କାର୍ଯ୍ୟକ୍ରମର ରାଜ୍ୟ ତାଲିମ୍ ଦାତା ଦୀପକ ସାମନ୍ତରା ଆତ୍ମରକ୍ଷାର ବିଭିନ୍ନ ଦିଗ ଓ କୌଶଳ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଅନ୍ୟତମ ଅନ୍ତର୍ଜାତୀୟ କରାଟେ ଖେଳାଳୀ କୃଷ୍ଣା ଶିକାରୀ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଓ ସଫଳତାର ସ୍ୱର୍ଣ୍ଣିମ ଯାତ୍ରା ବର୍ଣ୍ଣନା କରି ଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଏଥିସହ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ଅକ୍ଷୟ ମିଶ୍ର, ଅଧ୍ୟାପିକା ଶୁଭ ଦର୍ଶିନୀ ବିଶ୍ୱାଳ, ପ୍ରିୟମ୍ବଦା ମହାପାତ୍ର, ସ୍ୱାତୀ ସ୍ଵାଗତିକା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାପରେ ଛାତ୍ରୀମାନେ ତାଲିନମ୍ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ କେତେକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରୀନା ରାଉତ।

ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.