Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପୁଣି ସମାନ ସ୍ଥାନ ସମାନ ଢଙ୍ଗରେ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି
ଆଞ୍ଚଳିକ

ବାଣପୁର: ପୁଣି ସମାନ ସ୍ଥାନ ସମାନ ଢଙ୍ଗରେ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି

February 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ପୁଣି ସମାନ ସ୍ଥାନରେ ସମାନ ଢଙ୍ଗର ଚୋରି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଫେରାର ହେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ଛକ ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପୁଣି ଉକ୍ତ ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଛି।

ସୂଚନା ମୁତାବକ କୁମାରାଙ୍ଗ ଛକ ନିକଟରେ ନିରପ୍ରସାଦ ପଟ୍ଟନାୟକଙ୍କ ଘରେ ଭଡ଼ାସୂତ୍ରରେ ରହୁଥିବା ବାଲୁଗାଁ ମେଡିକାଲ ହିସାବ ଅଧିକାରୀ ସନ୍ତୋଷ ରାମ ଗତକାଲି ରାତିରେ ପତ୍ନୀଙ୍କ ସହ କୌଣସି କାଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ରାତି ୨ ଘଟିକାରେ ଘରକୁ ଫେରିଥିଲେ। ତେବେ ଘରକୁ ଆସି ଦେଖିଲା ବେଳକୁ ଦୁଇ ଗୋଟି କବାଟର ତାଲା ଭଂଗାଯାଇଛି। ଏବଂ କଟର ମାଧ୍ୟମରେ କବାଟ ଶିଙ୍କୁଳିକୁ କଟାଯାଇଛି। ଭିତରେ ପ୍ରବେଶ କରିବା ମାତ୍ରେ ବେଡ଼ରୁମ ଆଲମିରା ଖୋଲା ଅଛି ଏବଂ ସେଥିରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହାସହିତ ନଗଦ ଟଙ୍କା ମଧ୍ୟ ଚୋରି ହୋଇଛି। ତେବେ ସମୁଦାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୪୦ ହଜାର ଟଙ୍କା ନଗଦ ଏବଂ ଏକ ଷ୍ଟିଲ ବାକ୍ସ ମଧ୍ୟରେ ଥିବା ଆନୁମାନିକ ୧୫ ହଜାର ଟଙ୍କା ଚୋରି ହୋଇଥିବାର ସନ୍ତୋଷ କହିଛନ୍ତି। ସେହିପରି ଭାବେ ଦୁର୍ବୁତ୍ତ ମାନେ ଏକ ଏଲଇଡ଼ି ଟିଭି ମଧ୍ୟ ଚୋରି କରିନେଇଛନ୍ତି।

ଏ ନେଇ ସନ୍ତୋଷ ବାଣପୁର ଥାନାରେ ଏତଲା ଦେଲାପରେ ପୋଲିସ କେସ ନମ୍ବର ୮୯/୨୪ ରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି। ତେବେ ଏହାକୁ ଗୁରୁତର ସହ ନେଇଛି ପୋଲିସ ଏବଂ ବିଭିନ୍ନ ଟିମ ଗଠନ କରାଯାଇ କ୍ଷିପ୍ରଗତିରେ ତଦନ୍ତ ଜାରିରହିଥିବାର ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସୂଚନା ଥାଉକି ପୁର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ଚୋରି ହୋଇଛି।

banpur theft case
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.