Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆନ୍ଧ୍ରାରୁ ନିରାଶରେ ଫେରିଲେ ଠକେଇରେ ଶିକାର ହୋଇଥିବା ଚିଲିକା ଅଞ୍ଚଳର ୭୮ ଶ୍ରମିକ: କାର୍ଯ୍ୟାନୁଷ୍ଠାନ ଦାବି
ଆଞ୍ଚଳିକ

ଆନ୍ଧ୍ରାରୁ ନିରାଶରେ ଫେରିଲେ ଠକେଇରେ ଶିକାର ହୋଇଥିବା ଚିଲିକା ଅଞ୍ଚଳର ୭୮ ଶ୍ରମିକ: କାର୍ଯ୍ୟାନୁଷ୍ଠାନ ଦାବି

March 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି। ଖବର ମୁତାବକ ବିଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶ ବିଜୟାନଗରମ ଠାରେ ଲାଇଫ ଲାଇନ ଟ୍ରାଭେଲ ଏଜେନ୍ସି ନାମକ ଏକ କମ୍ପାନୀ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର କରିଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରିବାକୁ ପ୍ରଲୋଭିତ କରିଥିଲା।

ପ୍ରଲୋଭନରେ ପଡ଼ି ବାଲୁଗାଁ-ବାଣପୁର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଲୋକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ କମ୍ପାନୀ ତରଫରୁ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଦେଶାଗତ ଶ୍ରମିକମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୬୦ ରୁ ୭୦ ହଜାର ଟଙ୍କା ବିମାନ ଟିକେଟ ପାଇଁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।

କିଛି ଶ୍ରମିକ କମ୍ପାନୀ ମ୍ୟାନେଜର ଆର.ରାବଣା ରାଓଙ୍କ ଗଜୱାକା ବ୍ରାଞ୍ଚ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟକୁ (ନଂ-୧୪୭୨୧୫୫୦୦୦୦୯୭୨୪୨) ସମସ୍ତ ଟଙ୍କା ପଠାଇଥିବା ବେଳେ କିଛି ଶ୍ରମିକ ବିଜୟାନଗରମ ସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଜମା ଦେଇଥିଲେ। କିଛି ଦିନ ପରେ କମ୍ପାନୀ ତରଫରୁ ବିଦେଶାଗତ ଶ୍ରମିକମାନଙ୍କୁ ବିମାନ ଟିକେଟ ପ୍ରଦାନ କରାଯାଇଥିଲା। ହେଲେ ସମସ୍ତ ନଥିପତ୍ର ଯାଞ୍ଚ ନିମିତ୍ତ ଶ୍ରମିକମାନେ ବିଜୟାନଗରମ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଦେଖିବା ବେଳକୁ ସେଠାରେ କୌଣସି ଅଫିସ ନଥିବା ବେଳେ ବିମାନ ଟିକେଟ ବାତିଲ ହୋଇଯାଇଲା।

ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କରିବା ସହ ଗ୍ରାମୀଣ ପୋଲିସ ଥାନାରେ ଲିଖିତ ଏତଲା କରିଥିଲେ। ମାତ୍ର ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ଗତକାଲି ରାତିରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ନିଜ ନିଜର ପାସପୋର୍ଟ ଧରି ନିରାଶରେ ଫେରିଛନ୍ତି। ଧାର କରଜ କରି ବିଦେଶ ଯାଇ ଟଙ୍କା ରୋଜଗାର କରିବା ଆଶା ଧୂଳିସାତ ହୋଇଥିବା ବେଳେ ଋଣ ପରିଶୋଧ କିପରି କରିବେ ଚିନ୍ତାରେ ପଡିଛନ୍ତି ଶ୍ରମିକ। ଦେଇଥିବା ଟଙ୍କା ଫେରି ପାଇବାକୁ ଶ୍ରମିକମାନେ ସ୍ଥାନୀୟ ପ୍ରଶାସନକୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ବାଲୁଗାଁ-ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026

ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା

October 9, 2026

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.