Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନକୁ ସୁପରିଚାଳନା କରିବା ଉଦ୍ଦେଶ୍ୟରେ ଗତକାଲି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକର ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନି ଦିନ ହେବାକୁ ଥିବାବେଳେ ୮୬୪ ଜଣ ପ୍ରଶିକ୍ଷଣ ନେବାକୁ ଥିବାବେଳେ ପ୍ରଥମ ଦିନରେ ନୋଡାଲ ଅଧିକାରୀ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦୦ ଜଣ ପୋଲିଂ ଅଧିକାରୀମାନେ ଯୋଗ ଦେଇ ବୁଥ ସ୍ତରରେ ନିର୍ବାଚନ ପରିଚାଳନା କରିବାର ସାଧାରଣ ନିୟମ, ନିର୍ବାଚନ ସାମଗ୍ରୀର ଯଥାଯଥ ବ୍ୟବହାର, ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିଙ୍ଗ ଯଥା କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟ, ଭିଭିପାଟ ର ନିର୍ଭୁଲ ବ୍ୟବହାର, ସିଲିଂ, ମକ ପୋଲିଂର ସମସ୍ତ ଯାନ୍ତ୍ରିକ କୌଶଳ ଶିକ୍ଷା ନେବା ସହିତ ସମଗ୍ର ପୋଲିଂ ଟିମ କିପରି ଦଳଗତ ପ୍ରତିବଦ୍ଧତାର ସହ ଲୋକସଭା ଓ ବିଧାନ ସଭାର ନିର୍ବାଚନ ପରିଚାଳନା କରିପାରିବେ ତାହାର ବିସ୍ତୃତ ଜ୍ଞାନ ଆହରଣ କରିଥିଲେ।

ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ, ଅବାଧ ତଥା ନିରପେକ୍ଷତାର ସହିତ ସଂଚାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପୋଲିଂ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ପ୍ରଶିକ୍ଷଣରେ ବାଣପୁର ଓ ଚିଲିକା ବ୍ଲକର ତହସିଲଦାର, ବିଡ଼ିଓ, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପ୍ରାୟ ପଚାଶରୁଉର୍ଦ୍ଧ୍ଵ ଜିଲ୍ଲାସ୍ତରୀୟ, ବିଧାନସଭା ସ୍ତରୀୟ ମୁଖ୍ୟ ତାଲିମଦାତା ଓ ସେକ୍ଟର ଅଫିସର ନିୟୋଜିତ ହୋଇ ଦିବସବ୍ୟାପୀ ତାଲିମ୍ ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ବିଭିନ୍ନ ସ୍ତରର ପୋଲିଂ ଓ ପ୍ରିଜାଇଡିଙ୍ଗ ଅଫିସର ମାନଙ୍କୁ ଆଜିଠାରୁ ସତର ତାରିଖ ପର୍ଯ୍ୟନ୍ତ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.