ଜବରଦଖଲ ଉଚ୍ଛେଦ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର

Published: Apr 18, 2024, 8:29 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଘୋଡା ଦୌଡ଼ ଜେଟି ନିକଟରେ ଜବରଦଖଲ ଉଚ୍ଛେଦ ନେଇ ମାନସିଂହପୁର ଚିଲିକା ଆଦ୍ରଭୂମି ସଂରକ୍ଷଣ ସମିତି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଖବର ମୁତାବକ ସୋରଣ ପଞ୍ଚୟତ ଅନ୍ତର୍ଗତ ଘୋଡା ଦୌଡ଼ ଜେଟି ନବୀକରଣ କାର୍ଯ୍ୟ ଜାରିରହିଥିବା ବେଳେ ଜେଟି ସଂଲଗ୍ନ ଅନେକ ଜମିକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ରହି ଆସୁଛନ୍ତି। ମାତ୍ର କାର୍ଯ୍ୟ ଆରମ୍ଭ ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ତହସିଲଦାରଙ୍କ ହସ୍ତକ୍ଷେପ ପରେ କିଛି ସଂଲଗ୍ନ ଜମି ଉଚ୍ଛେଦ କରାଯିବାସହ ପ୍ରାୟତଃ ଅସ୍ଥାୟୀ ଦୋକାନ ଘର ଭଙ୍ଗାଯାଇଥିଲା। ତଥାପି କିଛି ବ୍ୟକ୍ତି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅଦ୍ୟାବଧି ଜେଟି ନିକଟରେ ଜମି ଜବରଦଖଲ କରି ରହିଆସୁଥିବା ନେଇ ଆଜି ଚିଲିକା ଆଦ୍ରଭୂମି ସଂରକ୍ଷଣ ସମିତି ପକ୍ଷରୁ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନେଇ ତହସିଲଦାର ଶ୍ରୀ ପାଢ଼ୀଙ୍କୁ ଯୋଗାଯୋଗ କରିବାରେ ଜବରଦଖଲ ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ରହିଛି। ସମସ୍ତ ଜବରଦଖଲ କାରୀଙ୍କୁ ଉଚ୍ଛେଦ ନେଇ ନୋଟିସ ମଧ୍ୟ କରାଯାଇଛି।ନିର୍ବାଚନୀ ବ୍ୟସ୍ତତା ନେଇ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହୋଇଛି।ଯଥାସମ୍ଭବ ଜବରଦଖଲ କାରୀଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ମୁତାବକ ଉଛେଦ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

Related posts