Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜବରଦଖଲ ଉଚ୍ଛେଦ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର
ଆଞ୍ଚଳିକ

ଜବରଦଖଲ ଉଚ୍ଛେଦ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର

April 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଘୋଡା ଦୌଡ଼ ଜେଟି ନିକଟରେ ଜବରଦଖଲ ଉଚ୍ଛେଦ ନେଇ ମାନସିଂହପୁର ଚିଲିକା ଆଦ୍ରଭୂମି ସଂରକ୍ଷଣ ସମିତି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଖବର ମୁତାବକ ସୋରଣ ପଞ୍ଚୟତ ଅନ୍ତର୍ଗତ ଘୋଡା ଦୌଡ଼ ଜେଟି ନବୀକରଣ କାର୍ଯ୍ୟ ଜାରିରହିଥିବା ବେଳେ ଜେଟି ସଂଲଗ୍ନ ଅନେକ ଜମିକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ରହି ଆସୁଛନ୍ତି। ମାତ୍ର କାର୍ଯ୍ୟ ଆରମ୍ଭ ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ତହସିଲଦାରଙ୍କ ହସ୍ତକ୍ଷେପ ପରେ କିଛି ସଂଲଗ୍ନ ଜମି ଉଚ୍ଛେଦ କରାଯିବାସହ ପ୍ରାୟତଃ ଅସ୍ଥାୟୀ ଦୋକାନ ଘର ଭଙ୍ଗାଯାଇଥିଲା। ତଥାପି କିଛି ବ୍ୟକ୍ତି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅଦ୍ୟାବଧି ଜେଟି ନିକଟରେ ଜମି ଜବରଦଖଲ କରି ରହିଆସୁଥିବା ନେଇ ଆଜି ଚିଲିକା ଆଦ୍ରଭୂମି ସଂରକ୍ଷଣ ସମିତି ପକ୍ଷରୁ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏନେଇ ତହସିଲଦାର ଶ୍ରୀ ପାଢ଼ୀଙ୍କୁ ଯୋଗାଯୋଗ କରିବାରେ ଜବରଦଖଲ ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ରହିଛି। ସମସ୍ତ ଜବରଦଖଲ କାରୀଙ୍କୁ ଉଚ୍ଛେଦ ନେଇ ନୋଟିସ ମଧ୍ୟ କରାଯାଇଛି।ନିର୍ବାଚନୀ ବ୍ୟସ୍ତତା ନେଇ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହୋଇଛି।ଯଥାସମ୍ଭବ ଜବରଦଖଲ କାରୀଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ମୁତାବକ ଉଛେଦ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଚିଲିକା ତହସିଲଦାର ଜବରଦଖଲ ଉଚ୍ଛେଦ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.