Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଗାମୀ ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ନିରାକାରପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ
ଆଞ୍ଚଳିକ

ଆଗାମୀ ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ନିରାକାରପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ

April 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିରାକରପୁର: ଆଗାମୀ ସାଧାରଣ ନିର୍ବାଚନରେ ମତଦାତାଙ୍କ ମନରେ ଆତ୍ମବିଶ୍ୱାସ ବଢାଇବା ସହ ଭୟମୁକ୍ତ ନିର୍ବାଚନ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସିଆରପିଅଫ ଯବାନ ଓ ପୋଲିସ କର୍ମଚାରୀ ମାନେ ମିଳିତ ଭାବେ ନିରାକାରପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରିଥିଲେ।

ଉକ୍ତ ଫ୍ଲାଗ ମାର୍ଚ୍ଚରେ ଏକ କମ୍ପାନୀ ସିଆରପିଅଫ ଯବାନ ଓ ନିରାକାରପୁର ଥାନାର ସମସ୍ତ କର୍ମଚାରୀ ମାନେ ଭାଗ ନେଇଥିଲେ। ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି। ନାଗରିକମାନେ ନିର୍ଭିକ ଭାବେ ଚାପମୁକ୍ତ ହୋଇ ମତଦାନ କରିବା ଉଦ୍ଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ ପୋଲିସ ପ୍ରଶାସନ ଦ୍ୱାରା ଜାରି ରହିଛି।

ତେବେ ବାଲୁଗାଁ ପୋଲିସ ସବ ଡିଭିଜନରେ ଆଜିଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯିବ ବୋଲି କହିଛନ୍ତି ଏସଡ଼ିପିଓ ଶ୍ରୀ ମିଶ୍ର।

ନିରାକାରପୁର ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ ସାଧାରଣ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026
Latest News

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.