Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଯୌତୁକ ଜୁଇରେ ବଳି ପଡିଲେ ମହିଳା!, ନାଚୁଣୀ ଥାନାରେ ଅଭିଯୋଗ କଲେ ପରିବାର ଲୋକ
ଆଞ୍ଚଳିକ

ବାଣପୁର: ଯୌତୁକ ଜୁଇରେ ବଳି ପଡିଲେ ମହିଳା!, ନାଚୁଣୀ ଥାନାରେ ଅଭିଯୋଗ କଲେ ପରିବାର ଲୋକ

May 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର/ନାଚୁଣୀ (ସୀତାରାମ ଅଗ୍ରୱାଲ): ବାଣପୁର ଅଂଚଳର ଜଣେ ମହିଳା ଯୌତୁକ ଜୁଇରେ ବଳି ପଡିଛନ୍ତି। ଝିଅର ପରିବାର ଲୋକ ଟାଙ୍ଗୀ ଡାକ୍ତରଖାନାରେ ମରି ପଡ଼ିଥିବା ଦେଖି ଶଶୁର ଘର ଲୋକ ତଣ୍ଟି ଚିପି ମାରିଦେଇଥିବା ସନ୍ଦେହ କରି ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବାସୁଦେବ ସ୍ୱାଇଁଙ୍କ ଝିଅ ଲିଜା ସ୍ୱାଇଁ ବୈଦିକ ରୀତିନୀତିରେ ନାଚୁଣୀ ଥାନା ଅଧିନସ୍ଥ ହାରିକୁଣ୍ଡ ବରଡ଼ି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ୫ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘରର ଦାବୀ ମୁତାବକ ଏକଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ସମସ୍ତ ଆସବାବ ପତ୍ର ଦେଇଥିଲେ।

ଲିଜାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା ପରେ ସ୍ୱାମୀ ସନ୍ତୋଷ, ଶାଶୁ ତଅପୋଇ ଏବଂ ନଣନ୍ଦ ଦୀପା ପ୍ରଧାନ ଅଧିକ ଏକ ଲକ୍ଷ ଟଙ୍କା ଦାବୀ କରି ଆସୁଥିଲେ। ଲିଜାଙ୍କ ବାପା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଝିଅର ଶାଶୁ ଘରକୁ ଆସି ବୁଝାସୁଝା କରିଥିଲେ। କିନ୍ତୁ ଝିଅକୁ ଏକଲକ୍ଷ ଟଙ୍କା ଦାବିକରି ବାରମ୍ବାର ଦାବୀ କରି ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ଏକବର୍ଷ ତଳେ ୨୫୦୦୦ଟଙ୍କା ଆଣି ଦେଇଥିଲେ।

ହଠାତ ଆଜି ଝିଅ ମରି ଯାଇଥିବା ଖବର ପାଇ ପରିବାର ଲୋକ ଝିଅ ଘରକୁ ଆସିବାରେ ଘରେ ଝିଅ ନଥିବା ଜାଣିବାକୁ ପାଇଥିଲେ। ପରେ ଟାଙ୍ଗୀ ଡାକ୍ତରଖାନାକୁ ଯାଇ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥଲେ। କିନ୍ତୁ ଶାଶୁ ଘରର କୌଣସି ଲୋକଙ୍କୁ ସେଠାରେ ଦେଖିବାକୁ ପାଇ ନଥିଲେ। ଏ ନେଇ ନାଚୁଣୀ ଥାନା ଅଧିକାରୀ ମକୋଦ୍ଦମା ରୁଜୁ କରି ତଦନ୍ତ କରୁଥୁବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପ୍ରକାଶ କରିଛନ୍ତି।

ନାଚୁଣୀ ଥାନା ବାଣପୁର ଯୌତୁକ ନିର୍ଯାତନା
Share. Facebook Twitter LinkedIn Email WhatsApp Copy Link

Related Posts

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026
Latest News

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.