କୋଭିଡ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

Published: Jun 3, 2024, 8:28 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନୀଳକଣ୍ଠ ନଗର ନିକଟ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କୋଭିଡ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।  ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମର ରୋଗ ସଚେତନତା ଓ ମାଗଣା ଚିିିକିତ୍ସା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ଜନ ଗହଳି ସ୍ଥାନକୁ ଗଲେ ଭୂତାଣୁ ଥିବା ରୋଗୀର ଛିଙ୍କ କାଶ ନାସାସ୍ରାବ ଦ୍ଵାରା ଭୂତାଣୁ ସହଜରେ ସଂକ୍ରମିତ ହୋଇଯାଏ। ଏହା ବାୟୁବାହିତ ହୋଇଥିବା ଯୋଗୁଁ ସୁସ୍ଥ ରୋଗୀକୁ ସଂକ୍ରମିତ କରେ।ଆଧୁନିକ ବିଜ୍ଞାନ ବିଭିନ୍ନ ଜାତୀୟ ଭୂତାଣୁ କହୁଥିବା ବେଳେ ସବୁଗୁଡ଼ିକୁ ଆୟୁର୍ବେଦରେ ଗୋଟିଏ ଭାବେ ପ୍ରକାଶ କରି ଗୋଟିଏ ପ୍ରତିକ୍ରିୟା ହୀନ ସଫଳ ଚିକିତ୍ସା କୁହାଯାଉଛି ବୋଲି ଡଃ ସାହୁ କହିଥିଲେ।

ରୋଗ ପ୍ରତିରୋଧ ପାଇଁ ମାସ୍କ ପିନ୍ଧନ୍ତୁ, ଦୂରତା ରକ୍ଷା କରନ୍ତୁ,କର୍ପୁର ପାଖରେ ଧରନ୍ତୁ, ଗଙ୍ଗଶିଉଳୀ, ତୁଳସୀ, ଗୁଳୁଚି ପତ୍ର ରସ ବା ବଟିକା ଖାଆନ୍ତୁ। ନାକ,ଆଖିରୁ ପାଣି ବହିଲେ, ଜ୍ଵର ହେଲେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଯେଉଁ ଔଷଧ ଦ୍ଵାରା ଇମ୍ୟୁନିଟି, ରକ୍ତକଣିକା ନଷ୍ଟ ହେବ ସେହି ଔଷଧ ଦୋକାନୀ ଠାରୁ ଖାଆନ୍ତୁ ନାହିଁ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ ଓ କିଛି ରୋଗୀ ଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି।

Related posts