Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ପାନ୍ଥନିବାସ ପକ୍ଷରୁ ରଜ ମହୋତ୍ସବ: ଯୋଗଦେଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର
ଆଞ୍ଚଳିକ

ଚିଲିକା ପାନ୍ଥନିବାସ ପକ୍ଷରୁ ରଜ ମହୋତ୍ସବ: ଯୋଗଦେଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର

June 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ବହୁ ଆଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଶ୍ରୀ ପାତ୍ର ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବାସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ।

ପ୍ରକୃତି ଓ ମଣିଷ ମଧ୍ୟରେ ଏହି ପର୍ବ ଏକ ସୁସମ୍ପର୍କ ପ୍ରତିଷ୍ଠା କରିଥାଏ। ଧରିତ୍ରୀ ମାର ପର୍ବ ଓ କୃଷି ଭିତ୍ତିକ ପର୍ବ ଭାବେ ଏହା ଆମ ଉତ୍କଳୀୟଙ୍କ ମଧ୍ୟରେ ଅପାର ଆନନ୍ଦ ସଂଚାର କରିଥାଏ ବର୍ଣନା କରିବାସହ ଚିଲିକାର ବିକାଶ ପାଇଁ ଆମେ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଛୁ ତାହାକୁ ଖୁବ ଶୀଘ୍ର ପାଳନ କରିବୁ। ଆପଣମାନଙ୍କର ସାଂସଦ ଜଣେ ସାଧାରଣ ବ୍ୟକ୍ତି।ସଦାସର୍ବଦା ତାଙ୍କ ଦ୍ୱାର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ।

ସାଧାରଣ ଜନତା ଯେଉଁ ଗଠନମୂଳକ ପ୍ରସ୍ତାବ ଦେବେ ତାକୁ ସାଂସଦ ଅଚିରେ ପାଳନ କରିବାନେଇ ସଂମତି ପ୍ରକାଶ କରିଥିଲେ।ଯାହାକି ସମଗ୍ର ଓଡିଶା ପାଇଁ ଚଳିତ ବର୍ଷର ରଜ ଏକ ସ୍ମରଣୀୟ ଦିବସ ହୋଇଥିବା ବେଳେ ଆଜି ଠାରୁ ଆରମ୍ଭ ହେବ ବିକାଶର ମହାପର୍ବ। ମାଟି ମାର ବିକାଶ, ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ପାଇଁ ଏହି ସରକାର ସର୍ବଦା ସମର୍ପିତ ହୋଇ କାର୍ଯ୍ୟ କରିବ ବୋଲି ଶ୍ରୀ ପାତ୍ର କହିଥିଲେ। ପ୍ରାରମ୍ଭରେ ରଜ ମହୋତ୍ସବର ମୁଖ୍ୟ ଆୟୋଜକ ତଥା ଓଟିଡିସି ଶାଖା ପରିଚାଳକ ସବ୍ୟସାଚୀ କର ସ୍ୱାଗତ ଭାଷଣ ଦେବା ସହ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ଗଣେଶ୍ୱର ସ୍ୱାଇଁ, ସମିତି ସଭ୍ୟ ସୁଦାମ ଚରଣ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନୁଷ୍ଠାନିକ ଉଦଘାଟନ ପରେ ମୁଖ୍ୟ ଅତିଥି ଡାକ୍ତର ପାତ୍ର ଓଟିଡିସି ପକ୍ଷରୁ ଆୟୋଜିତ ରଜ ଦୋଳି,ରଜ ପିଠା ଓ ରଜ ପାନର ଆକର୍ଷଣୀୟ ଆସରକୁ ଉଦଘାଟନ କରିବା ପରେ ପର୍ଯ୍ୟଟକ ମାନେ ଭରପୁର ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ଓଟିଡିସି ପରିଚାଳକ ଶ୍ରୀ କର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ ପାନ୍ଥନିବାସ କର୍ମଚାରୀ ସୁଜିତ ସ୍ୱାଇଁ, କାର୍ତ୍ତିକ ବାରିକ, ପ୍ରହଲ୍ଲାଦ ପଣ୍ଡା, ସଂଗ୍ରାମ କେଶରୀ ସୁବୁଦ୍ଧି,ବିପିନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଡାକ୍ତର ସମ୍ବିତ ପାତ୍ର ପୁରୀ ସାଂସଦ ରଜ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.