Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର: ବାଣପୁରରେ ନଅଟି ସ୍ଥାନରେ ମକଡ୍ରିଲ 
ଆଞ୍ଚଳିକ

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର: ବାଣପୁରରେ ନଅଟି ସ୍ଥାନରେ ମକଡ୍ରିଲ 

June 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ଡିଜାଷ୍ଟର ଡେ ଉପଲକ୍ଷେ ଏବଂ ଆଗାମୀ ଦିନରେ ବନ୍ୟା ବାତ୍ୟା ଭଳି ଦୈବୀ ଦୁର୍ବିପାକକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରତି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସାଧାରଣ ଲୋକଙ୍କୁ ବିପର୍ଯୟ ସମୟରେ ରକ୍ଷା କରିବାକୁ ସମାଜସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବାଣପୁର ବ୍ଲକରେ ସମୁଦାୟ ୯ଟି ସ୍ଥାନରେ ପ୍ରଶିକ୍ଷଣ ଦିଆଯାଇଥିଲା ବେଳେ ଭଟେଶ୍ୱର ଗ୍ରାମ ପଂଚାୟତର ବୃନ୍ଦାବନପୁର ଗ୍ରାମରେ ନିର୍ମାଣ କରାଯାଇଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଦାନ ଓ ନିର୍ଦ୍ଧେଶ ମୁତାବକ ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା କମିଟିକୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।

ଶିବିରକୁ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଙ୍ଗଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଭେଟେଶ୍ୱର ପଂଚାୟତର ସରପଞ୍ଚ ସାବିତ୍ରୀ ଭୋଳ ସଭାପତିତ୍ୱ କରିଥିବା ବେଳେ ସମିତି ସଭ୍ୟ ରଶ୍ମିତା ପ୍ରଧାନ, ସଂଚାଳକ ତଥା ଓ ସମାଜସେବୀ ଜିତେନ୍ଦ୍ର ଭୋଳଙ୍କ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅତିରିକ୍ତ ପ୍ରୋଜେକଟ ଅଫିସର, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ଆଶ୍ରୟ ସ୍ଥଳୀର ପରିଚାଳନା ଏବଂ କୌଣସି ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ବିଭନ୍ନ କୌଶଳ ଶିକ୍ଷା ଦିଆଯାଇଥିଲା। ଉକ୍ତ କୌଶଳ ଶିକ୍ଷା କେନ୍ଦ୍ରରେ ପଞ୍ଚାୟତ୍ତର ପ୍ରାୟ ୨୫ଜଣ କମିଟି ଙ୍କ ସହ ୫୦ ଜଣ ଯୁବକ ଓ ଯୁବତୀ ସ୍ୱେଚ୍ଛାସେବୀ ଶିକ୍ଷା ଗ୍ରହଣ କରିଥିଲେ। ଉକ୍ତ କମିଟିର ସଭାନେତ୍ରୀ ତଥା ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ,ଉପସଭାପତି ପଂଚାୟତ ନିର୍ବାହୀ ଅଧିକାରୀ, ସମ୍ପାଦକ ଅଶୋକ ବାରିକଙ୍କ ସହ ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ଯାହାଦ୍ୱାରା ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଶିକ୍ଷା ଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ମାନେ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ବାଣପୁର ବ୍ଲକ ଅଧୀନରେ ଥିବା ସମସ୍ତ ୯ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଏହିଭଳି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ବାଣପୁର ମକଡ୍ରିଲ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ମହାସମାରୋହରେ ଚାଲିଛି ସପ୍ତମାତାଙ୍କ ବାହାର ପର୍ବ: ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

September 28, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025
Latest News

“ବଙ୍ଗଳା ଆମର ସଂସ୍କୃତି, ଆରବ ନୁହେଁ”: ତସଲିମାଙ୍କ ବୟାନ ଉପରେ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା

September 30, 2025

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ବିରୋଧରେ ତଦନ୍ତ ଜୋରଦାର, ଛଅଟି ସ୍ଥାନରେ ଚଢାଉ କଲା ଇଡି 

September 30, 2025

ରାଜ୍ୟ ମାନ୍ୟତା ପାଇଁ ବିଜେପି ସହ ହାତ ମିଶାଇବେ କି?: ସ୍ପଷ୍ଟ କଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

September 30, 2025

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.