Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର: ବାଣପୁରରେ ନଅଟି ସ୍ଥାନରେ ମକଡ୍ରିଲ 
ଆଞ୍ଚଳିକ

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର: ବାଣପୁରରେ ନଅଟି ସ୍ଥାନରେ ମକଡ୍ରିଲ 

June 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ଡିଜାଷ୍ଟର ଡେ ଉପଲକ୍ଷେ ଏବଂ ଆଗାମୀ ଦିନରେ ବନ୍ୟା ବାତ୍ୟା ଭଳି ଦୈବୀ ଦୁର୍ବିପାକକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରତି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସାଧାରଣ ଲୋକଙ୍କୁ ବିପର୍ଯୟ ସମୟରେ ରକ୍ଷା କରିବାକୁ ସମାଜସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବାଣପୁର ବ୍ଲକରେ ସମୁଦାୟ ୯ଟି ସ୍ଥାନରେ ପ୍ରଶିକ୍ଷଣ ଦିଆଯାଇଥିଲା ବେଳେ ଭଟେଶ୍ୱର ଗ୍ରାମ ପଂଚାୟତର ବୃନ୍ଦାବନପୁର ଗ୍ରାମରେ ନିର୍ମାଣ କରାଯାଇଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଦାନ ଓ ନିର୍ଦ୍ଧେଶ ମୁତାବକ ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା କମିଟିକୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।

ଶିବିରକୁ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଙ୍ଗଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଭେଟେଶ୍ୱର ପଂଚାୟତର ସରପଞ୍ଚ ସାବିତ୍ରୀ ଭୋଳ ସଭାପତିତ୍ୱ କରିଥିବା ବେଳେ ସମିତି ସଭ୍ୟ ରଶ୍ମିତା ପ୍ରଧାନ, ସଂଚାଳକ ତଥା ଓ ସମାଜସେବୀ ଜିତେନ୍ଦ୍ର ଭୋଳଙ୍କ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅତିରିକ୍ତ ପ୍ରୋଜେକଟ ଅଫିସର, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ଆଶ୍ରୟ ସ୍ଥଳୀର ପରିଚାଳନା ଏବଂ କୌଣସି ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ବିଭନ୍ନ କୌଶଳ ଶିକ୍ଷା ଦିଆଯାଇଥିଲା। ଉକ୍ତ କୌଶଳ ଶିକ୍ଷା କେନ୍ଦ୍ରରେ ପଞ୍ଚାୟତ୍ତର ପ୍ରାୟ ୨୫ଜଣ କମିଟି ଙ୍କ ସହ ୫୦ ଜଣ ଯୁବକ ଓ ଯୁବତୀ ସ୍ୱେଚ୍ଛାସେବୀ ଶିକ୍ଷା ଗ୍ରହଣ କରିଥିଲେ। ଉକ୍ତ କମିଟିର ସଭାନେତ୍ରୀ ତଥା ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ,ଉପସଭାପତି ପଂଚାୟତ ନିର୍ବାହୀ ଅଧିକାରୀ, ସମ୍ପାଦକ ଅଶୋକ ବାରିକଙ୍କ ସହ ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ଯାହାଦ୍ୱାରା ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଶିକ୍ଷା ଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ମାନେ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ବାଣପୁର ବ୍ଲକ ଅଧୀନରେ ଥିବା ସମସ୍ତ ୯ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଏହିଭଳି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ବାଣପୁର ମକଡ୍ରିଲ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.