Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ନିଜ ଜନ୍ମମାଟିରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ
ଆଞ୍ଚଳିକ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ନିଜ ଜନ୍ମମାଟିରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ

June 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ନିଜ ଜନ୍ମମାଟିରେ ପାଟପଟୁଆର ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଗମ୍ଭାରୀମୁଣ୍ଡା ବଜାରରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ମାନ୍ୟବର ମନ୍ତ୍ରୀ ଆରାଧ୍ୟ ଦେବତା ବାବା ବାଙ୍କନିଧି ଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କ ଶୁଭ ମନାସି ଥିଲେ। ଏହାପରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିବା ସମୟରେ ବିଦ୍ୟାଳୟ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କୁ ପ୍ରଣାମ କରି ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଜାତୀୟବାଦୀ ନାଟ୍ୟକାର ତଥା ବିପ୍ଲବୀ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ, ପୃଷ୍ଠପୋଷକ ତଥା ସମାଜସେବୀ ସ୍ବର୍ଗତ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଓ ଶିକ୍ଷକ ଓ କର୍ମଚାରୀମାନଙ୍କ କିଛି ସମୟ ବିତାଇଥିଲେ।

ଏହାପରେ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ବାଣପୁର ପ୍ରାଥମିକ ଶିକ୍ଷକ ସଂଗଠନ, ମହିଳା ସଗଠନ ଓ ବିଭିନ୍ନ ସାମାଜିକ ସଂଗଠନ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ମାନେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ସଭାରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସମସ୍ତ‌ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ଏବଂ ବିକଶିତ ଚ଼ିଲିକା ଓ ବିକଶିତ ଓଡ଼ିଶା ଗଠନ ନିମନ୍ତେ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଆପଣମାନଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇଁ ମୁଁ ଆପଣ‌ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।

ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ, ନରସିଂହ ସାହୁ, ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, ବିଶିଷ୍ଟ ଶିକ୍ଷାବିତ ଦୁର୍ଗାପ୍ରସାଦ ମହାରଣା, ସମାଜସେବୀ ବିବୁଧଭୂଷଣ ହରିଚ଼ନ୍ଦନ, ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବାଣପୁର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ମାଧବ ପ୍ରଧାନ, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନ, ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସମିତିସଭ୍ୟ କନ୍ଦର୍ପ ଜେନା, ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଅନିତା ପ୍ରଧାନ, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, କାର୍ଯ୍ୟକର୍ତ୍ତା ମନୋଜ କୁମାର ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଗମ୍ଭାରୀମୁଣ୍ଡା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.