ବାଲୁଗାଁ ଊମା ମହେଶ୍ୱର ବଣିକ ସଂଘ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

Published: Jul 1, 2024, 6:58 am IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରବିବାର ସନ୍ଧ୍ୟାରେ ଊମା ମହେଶ୍ୱର ବଣିକ ସଂଘ ପକ୍ଷରୁ ସଭା ଗୃହରେ ସଭାପତି ରବି ନାରାୟଣ ନାୟକଙ୍କ ସଭାପତିତ୍ୱରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବନିର୍ବାଚିତ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସଙ୍ଗଠନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉକ୍ତ ସଭାରେ ସମ୍ପାଦକ ସରୋଜ କୁମାର ପାତ୍ର ସଂଘୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ନାୟକ ଚିଲିକାକୁ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ସାଙ୍ଗକୁ ଚିଲିକାର ବିକାଶ ପାଇଁ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ଏହି ସଭାରେ ଉପସଭାପତି ସେକ ଗନିତ, ଧୀରେନ୍ଦ୍ରନାଥ ପାତ୍ର, କୋଷାଧ୍ୟକ୍ଷ ଚୈତନ୍ୟ ପୃଷ୍ଟିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଅନୁରୂପ ଭାବେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡଃ ଯୋଗେନ୍ଦ୍ରନାଥ ସେନାପତି,ସମ୍ପାଦକ ମୁରଲୀଧର ସମନ୍ତସିଂହାରଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Related posts