
ଖୋର୍ଦ୍ଧା: ‘ମା’ ପାଇଁ ଗଛଟିଏ’ ଅଭିଯାନ ଆଜି ଅପରାହ୍ନରେ ନିର୍ମାଣ ହେବାକୁ ଥିବା ନୂତନ ପର୍ଯ୍ୟଟନ କାର୍ଯ୍ୟାଳୟ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତେନ୍ଦ୍ରିୟ ନାଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ ସିଂହ ଏହି ଅବସରରେ ଉପସ୍ଥିତ ରହି “ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ, ଏଣୁ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ” କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ନିବେଦନ କରିଛନ୍ତି।
ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ଦାସ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମିରବାଇ ବେହେରା ଓ ଅନ୍ୟାନ୍ୟ କର୍ମୀ ଓ କର୍ମଚାରୀ ଚାରା ରୋପଣ କରିଥିଲେ।
ସୂଚନାଯୋଗ୍ୟ, ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ ମା କେ ନାମ (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ୱାନ ଜଣାଇଥିଲେ।