Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଅଭିଯୋଗ ଶୁଣିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମସ୍ୟା ଦୂର କରିବା ନେଇ ଦେଲେ ପ୍ରତିଶ୍ରୁତି
ଆଞ୍ଚଳିକ

ଚିଲିକା: ଅଭିଯୋଗ ଶୁଣିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମସ୍ୟା ଦୂର କରିବା ନେଇ ଦେଲେ ପ୍ରତିଶ୍ରୁତି

July 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼କୁଳ ପଞ୍ଚୟତ ଗ୍ରସ୍ତ କରି ପଞ୍ଚୟତବାସୀଙ୍କ ଅଭିଯୋଗ ଶୁଣିଛନ୍ତି। ନିର୍ବାଚନ ସମୟରେ ଲୋକଙ୍କ ନିକଟକୁ ଯାଇ ବିଭିନ୍ନ ସମସ୍ୟା ଦୂର କରିବାନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହାକୁ ପାଳନ କରିଥିବା କହିଛନ୍ତି।

ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପଞ୍ଚୟତ ସମେତ ଅଠରବାଟିଆ ଓ ଡୁଙ୍ଗମାଳ ପଞ୍ଚୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୨୫ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬ ଟି ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ସମ୍ପର୍କିତ ସାମୁହିକ ଅଭିଯୋଗ ରହିଥିବା ବେଳେ ଅନ୍ୟ ୧୧୯ ମଧ୍ୟରୁ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ରହିଥିଲା।

ସମସ୍ୟାର ସମାଧନ ଖୁବ କମ ସମୟ ମଧ୍ୟରେ କରିବାନେଇ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷା ଜୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ବିଡ଼ିଓ ହଳଧର ଶବର, ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କା, ସିଡ଼ିପିଓ ଅନୁସ୍ଵୟା ମିଶ୍ର, ଜଳ ଯୋଗାଣ ଅଧିକାରୀ ବାସୁଦେବ ଶତପଥୀ, ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟ ନାରାୟଣ ପାଢ଼ୀ, ଏଇଇ ମଧୁସ୍ମିତା ତ୍ରିପାଠୀ, ସରପଞ୍ଚ ପ୍ରହଲ୍ଲାଦ ବେହେରା, ସମିତି ସଭ୍ୟା ରୀନା ରଥ, ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ଚିଲିକା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026

SIR ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି: ୧୭ ଟି ରାଜ୍ୟ ପାଇଁ ନେଲେ ଏହି ପଦକ୍ଷେପ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.