Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ରଙ୍କ ପରଲୋକ
ଆଞ୍ଚଳିକ

ବାଣପୁରର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ରଙ୍କ ପରଲୋକ

August 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସତ୍ୟନାରାୟଣ ମହାପାତ୍ରଙ୍କ ଆଜି ପରଲୋକ ଘଟିଛି।  ତୁମୁରାପୁଟ ଗ୍ରାମସ୍ଥିତ ନିଜ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ। ଆଇନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ଶ୍ରୀ ମହାପାତ୍ର ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ସୁପରିଚିତ ଥିଲେ। ବାଣପୁର ଅଞ୍ଚଳର ଜଣେ ସମାଜସେବୀ ଭାବେ ସେ ମଧ୍ୟ ବେଶ ପରିଚିତ ଥିଲେ।

ସେ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ଶାଳିଆ ବିଦ୍ୟା ନିକେତନ ପରିଚାଳନା ସମିତିର ସଭାପତି ଭାବେ ଦୀର୍ଘବର୍ଷ ଧରି ଦାଇତ୍ୱ ତୁଲାଇଥିଲେ। ଏପରିକି ୧୯୮୫ ମସିହାରେ ସେ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ମୃତ୍ୟୁର ଖବର ପାଇ ତାଙ୍କ ବାସଭବନକୁ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ରାଜନେତା ଏବଂ ବାଣପୁର ଓକିଲ ସଂଘର ସଭାପତି ସମ୍ପାଦକଙ୍କ ସମେତ ବହୁ ଓକିଲମାନେ ପହଞ୍ଚି ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ଶେଷ ଦର୍ଶନ କରିଥିଲେ।

ପରିଶେଷରେ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ବାଣପୁର କୋର୍ଟ ପରିସରରେ କିଛି ସମୟ ପାଇ ନିଆଯାଇଥିଲା ଏବଂ ସେଠାରେ ବାଣପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କ ସମେତ କୋର୍ଟ କର୍ମଚାରୀ ଏବଂ ଓକିଲମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ପତ୍ନୀ,ଦୁଇ ପୁତ୍ର, ଚାରି ଝିଅ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିବା ବେଳେ ଜ୍ୟେଷ୍ଠ ପୁତ୍ର ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ।

ପରଲୋକ ବାଣପୁର ସତ୍ୟନାରାୟଣ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.