
ରଣପୁର: ଗତ ଜୁଲାଇ ୩୦ ତାରିଖରେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଆନ୍ତଃଜିଲ୍ଲା ସ୍ତରୀୟ ପୋଲିସମାନଙ୍କ ବଦଳି କରିଛନ୍ତି। ଏ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚିଠି ନମ୍ବର ୮୭୦ ପ୍ରକାଶ କରିଥିଲେ। ଏହି ଚିଠି ଅନୁଯାୟୀ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କର ଖଣ୍ଡପଡା ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ଜଣା ପଡିଛି। ସେହିପରି ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କର ରଣପୁର ଥାନା ଅଧିକାରୀ ଭାବେ ବଦଳି ହୋଇଛି। ତେବେ ଶୁକ୍ରବାର ଦିନ ଦିଲ୍ଲୀପ କୁମାର ସ୍ୱାଇଁ ରଣପୁର ଥାନା ଅଧିକାରୀ ଭାବେ ଯୋଗ ଦେଇ ଥାନା ଦାୟିତ୍ୱ ଗ୍ରହଣ କରିଛନ୍ତି।
ସେହିପରି ଚାନ୍ଦପୁର ଥାନା ଉପ-ଆରକ୍ଷୀ କୃତିବାସ ହରିଚନ୍ଦନ ରଣପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ବେଳେ ନୟାଗଡ ଥାନା ଉପ-ନିରୀକ୍ଷକ ପ୍ରୀତି ପ୍ରକାଶ ମହାନ୍ତି ରାଜସୁନାଖଳା ଫାଣ୍ଡିରେ ନୂତନ ଭାବେ ଯୋଗ ଦାୟିତ୍ୱ ଗ୍ରହଣ କରିଛନ୍ତି।