Categories
ଆଜିର ଖବର ରାଜ୍ୟ ଖବର

ରଣପୁର ଥାନା ତରଫରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନାରେ ଇନ୍ସପେକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଶନିବାର ଦିନ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରଣପୁର ଥାନା ପରିସର ମଧ୍ୟରେ ଆୟୋଜିତ ହୋଇଥିଲା।

ଏହି ଆମ ପୋଲିସ ସମିତି ବୈଠକରେ ପୂଜା କମିଟିରେ ଭଲ୍ୟୁଣ୍ଟର ରଖିବା, ଟ୍ରାଫିକ ଅସୁବିଧା ନ କରିବା, ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ କାମ କରିବା, ସଭା ସମିତି, ଧାରଣା, ରାଲି, ଶୋଭାଯାତ୍ରା ନିମନ୍ତେ ପୋଲିସ ପରମିଶନ ନେବାର ନୀତି ନିୟମ, ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ, ଗାଡି ଚାଳନାର ବିଭିନ୍ନ ସତର୍କ ଓ ସଚେତନତା ନିୟମ, ଗାଡି ଚଲେଇବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ, ସାଇବର ଫ୍ରଡ଼ ସଚେତନତା, ସାଇବର ଫ୍ରଡ଼ ସଚେତନତା ରଥ, ମୋବାଇଲ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପ୍ରତି କ୍ଷେତ୍ରରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରିବ ବୋଲି ଇନ୍ସପେକ୍ଟର ନିହାର ରଞ୍ଜନ ମହାନ୍ତି ମତ ରଖିଥିଲେ। ଏହି ପୋଲିସ ସମିତି କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତରେ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାଶ, ମଧୁସୁଦନ ପରିଡା, କୋର୍ଟ ନବୀ ସନ୍ଧା ସର ମହାପାତ୍ର ପ୍ରମୁଖ ସାଇବର ଠକେଇର ପ୍ରତିକାର, ଗାଁ ମାନଙ୍କରେ ହେଉଥିବା ବୟକଟ, ବାଲ୍ୟ ବିବାହ, ନିଶା ନିବାରଣ, ଗୋ-ଚାଲାଣ ଆଦିର ପ୍ରତିକାର ସମ୍ବନ୍ଧରେ ପ୍ରଶ୍ନ କରିଥିଲେ। ଏହାର ପ୍ରତିକାର ସମ୍ବନ୍ଧରେ ଇନ୍ସପେକ୍ଟର ଶ୍ରୀ ମହାନ୍ତି ବୁଝାଇ ଥିଲେ ଏବଂ ସମସ୍ତେ ପୋଲିସଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ବର୍ତ୍ତମାନ ରଣପୁରରେ ପୂର୍ବ ଅପେକ୍ଷା ଚୋରି ଡକାୟତି କମି ଥିବା ପ୍ରଭାତ ଦଳେଇ ଓ ଧନେଶ୍ୱର ପ୍ରଧାନ ମତ ରଖିଥିଲେ | ରଣପୁର ଥାନାକୁ ଅଧିକ କର୍ମଚାରୀ ଦେବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଜଣାଇ ଥିବା ଇନ୍ସପେକ୍ଟର ଶ୍ରୀ ମହାନ୍ତି ମତ ରଖିଥିଲେ। ନଗର ସଭାପତି ଲିଙ୍ଗରାଜ ନାୟକ ଅଧିକ ପେଟ୍ରୋଲିଙ୍ଗ ପାଇଁ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ଅଞ୍ଚଳର ସାମ୍ବାଦିକ, ଓକିଲ, ଗଣେଶ ପୂଜା କମିଟିର ସଦସ୍ୟ, ଦୁର୍ଗା ପୂଜା କମିଟିର ସଦସ୍ୟ, କେତେକ ସାହିର ମୁଖିଆ ଓ ସାଧାରଣ ଜନ ସାଧାରଣ ଆଦି ଯୋଗ ଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ସବ-ଇସ୍ପେକ୍ଟର ସଞ୍ଜୟ ପରିଡା, ସବ-ଇସ୍ପେକ୍ଟର ସୁନିତା ସାମଲ, ରାଜେଶ କୁମାର ଶ୍ରୀଚନ୍ଦନ ଓ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଘର ଭାଙ୍ଗାକୁ ନେଇ ଖତିଆରେ ଉତ୍ତେଜନା

ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ପାଂଣ୍ଡି ଅନ୍ତରର୍ଗତ ଖତିଆ ଗ୍ରାମ ରେ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଗ୍ରାମର କିଛି ପ୍ରଭାବଶାଳୀ ଲୋକ ଜଣେ ଲୋକ ର ଘର ଜେସିବି ଲଗାଇ ଭାଙ୍ଗି ଦେଇଥିବା ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାଯାଇଛି।

ଖବର ନେବାରୁ ଜଣାଯାଏ ଖତିଆ ଗ୍ରାମର କିଛି ପ୍ରଭାବଶାଳୀ ଲୋକ ରମାକାନ୍ତ ନିସଙ୍କ ଘର ଉପରେ କୁଆଡେ ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ମାନେ ମିଳିତ ହୋଇ ଗ୍ରାମରେ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଯୋଜନା କରିଥିଲେ। ପରେ ମିଳିତ ହୋଇ ଜେସିବି ମେସିନ ସାହାର୍ଯ୍ୟରେ ଏହି ଲୋକ ମାନେ ରମାକାନ୍ତଙ୍କ ଘର ସହ ଅନ୍ୟ କିଛି ଘରକୁ ଭଙ୍ଗାରୁଜା କରିଥିଲେ  ରମାକାନ୍ତ ଏହାକୁ ବିରୋଧ କରିବାରୁ ତାଙ୍କ ମଧ୍ୟ ଆକ୍ରମଣ କରିଥିଲେ ବୋଲି ରମାକାନ୍ତଙ୍କ ସ୍ତ୍ରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଜବର ଦଖଲ ଉଚ୍ଛେଦ ଦାଇତ୍ୱ ତହସିଲ କର୍ତ୍ତୁପକ୍ଷଙ୍କ ହୋଇଥିବା ବେଳେ ଏହି ପ୍ରଭାବଶାଳୀ ଲୋକମାନେ ଜେସିବି ଲଗାଇ ଭଙ୍ଗାରୁଜାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ରଣପୁର ପୁଲିସ ୨ ଟି ମକଦମା ରୁଜୁକରି ତଦନ୍ତ ଚଳାଇ ଥିବା ଜଣାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ୫ ଗୁରୁତର

ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଧିନସ୍ଥ ରାଙ୍କଦେଉଳି ପଞ୍ଚାୟତ ଖଳିପାଟଣା ଗ୍ରାମରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି। ଏହି ସଂଘର୍ଷରେ ୫ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି।  ସେମାନେ ହେଲେ ଖଳିପାଟଣା ଗ୍ରାମର ରବିନ୍ଦ୍ର ସାହୁ, ପ୍ରଶାନ୍ତ ପରିଡା, ଶଙ୍କର୍ଷଣ ସାହୁ, ସୁଶାନ୍ତ ପରିଡା, ପ୍ରଦ୍ୟୁମ୍ନ ସାହୁ।

ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପୂର୍ବରୁ ରାଜନୈତିକ ବିବାଦ ରହିଥିଲା। ଯାହାକୁ ନେଇ ଗତକାଲି ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା। ଏହି ସଂଘର୍ଷରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର ପୋଲିସକୁ ବଡ ସଫଳତା: ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ୧୦ ଚକିଆ ଗାଡି ଜବତ, ୬ ଗିରଫ

ନୟାଗଡ଼: ରଣପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ସହ ଏକ ୧୦ ଚକିଆ ଟ୍ରକ୍ ପୋଲିସ ଜବତ କରିଛି। ଏହାସହ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ର‌୍ୟାକେଟକୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି।

ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଏକ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର‌୍ୟାକେଟକୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ଏକ ୧୦ ଚକିଆ ଟ୍ରକ୍ ଓ ସେଥିରୁ ୩ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରଣପୁର ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ଶ୍ରୀ ପଣ୍ଡା, ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ସଦଳବଳେ ରାଜସୁନାଖଳା କୋଟଗଡ ଘାଟି ନିକଟରେ ଜଗି ରହିଥିଲେ। ମଙ୍ଗଳବାର ସନ୍ଧ୍ୟା ୭ଟାରେ ସଂନ୍ଦିଗ୍ଧ ୧୦ଚକିଆ ଟ୍ରକ୍‌କୁ ଘାଟି ନିକଟରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖି ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ ଜେନାପଦାର କାଳନ୍ଦିଚରଣ ରଣା, ଗୁଣ୍ଠୁଣିର ପବିତ୍ର କୁମାର ନାୟକ, ବେଗୁନିଆର ନାରାୟଣ ପରିଡା, ଭଞ୍ଜଗର ତାରିସେଣି ର ଭିକାରୀ ସେଠୀଙ୍କ ସମେତ ଉତ୍ତରପ୍ରଦେଶ ବାରଣାସୀ ଅଞ୍ଚଳର ଆରେଖ କୁମାର ଓ ବିନୟ କୁମାର।

ଏହି ଗଞ୍ଜେଇ ବିଶାଖାପାଟଣା ଅଞ୍ଚଳରୁ ଉତ୍ତରପ୍ରଦେଶ ବାରଣାସୀ ଯାଉଥିଲା ବୋଲି ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କଲାବେଳେ ଜାଣିବାକୁ ପାଇଛି। ଏହି ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣରେ ଓଡ଼ିଶାର କିଛି ଗଞ୍ଜେଇ ବେପାରୀ ସାମିଲ୍ ଥିବାର ଅନୁମାନ କରାଯାଉଛି।