ରଣପୁର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ୫ ଗୁରୁତର

Published: Dec 25, 2022, 7:25 pm IST

ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଧିନସ୍ଥ ରାଙ୍କଦେଉଳି ପଞ୍ଚାୟତ ଖଳିପାଟଣା ଗ୍ରାମରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି। ଏହି ସଂଘର୍ଷରେ ୫ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି।  ସେମାନେ ହେଲେ ଖଳିପାଟଣା ଗ୍ରାମର ରବିନ୍ଦ୍ର ସାହୁ, ପ୍ରଶାନ୍ତ ପରିଡା, ଶଙ୍କର୍ଷଣ ସାହୁ, ସୁଶାନ୍ତ ପରିଡା, ପ୍ରଦ୍ୟୁମ୍ନ ସାହୁ।

ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପୂର୍ବରୁ ରାଜନୈତିକ ବିବାଦ ରହିଥିଲା। ଯାହାକୁ ନେଇ ଗତକାଲି ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା। ଏହି ସଂଘର୍ଷରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Related posts