
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ରେଢ଼ାଖୋଲ ବନଖଣ୍ଡ ଖୋଲଗଡ
ସଂରକ୍ଷିତ ଜଙ୍ଗଲର ଗୋଗୁଆ ଗ୍ରାମ ନିକଟରୁ ୧.୨ କେଜି ବାରହା ମାଂସ ଜବତ ସହ ଜଣଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନନ୍ତ ବାଘ। ଘର ଗୋଗୁଆ।
ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗୋଗୁଆ ଖେଳ ପଡିଆ ନିକଟରୁ ବାରହା ମାଂସଧରି ଆସୁ ଥିବା ବେଳେ ବନବିଭାଗ ଧରି ଥିଲା। ବନ ବିଭାଗର ଫରେଷ୍ଟର ଲବ ମେହେର, ଫରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ବେହେରା ତଥା ବନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ।