ବାଣପୁର କୋର୍ଟ ବିଚାରପତିଙ୍କ ଦୁଇ ବର୍ଷ ସଫଳ କାର୍ଯ୍ୟପୂର୍ତ୍ତି ଅବସରରେ ସମ୍ବର୍ଦ୍ଧନା

Published: Aug 16, 2024, 10:52 pm IST

ବାଣପୁର: ବାଣପୁର କୋର୍ଟରେ କାର୍ଯ୍ୟରତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କ କାର୍ଯ୍ୟକାଳ ଆଜି ସଫଳତାରର ସହ ଦୁଇ ବର୍ଷ ଅତିକ୍ରମ କରିଛି। ସେ ୨୦୨୨ ମସିହା ଅଗଷ୍ଟ ୧୬ ତାରିଖରେ କାର୍ଯ୍ୟରେ ଯୋଗଦେଇଥିଲେ। ଏହି ଅବସରରେ ଆଜି ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ବିଚାରପତିଙ୍କୁ ଭେଟି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଶୁଭକାମନା ଜଣାଇଥିଲେ।

ଦୀର୍ଘ ଦୁଇ ବର୍ଷ ମଧ୍ୟରେ ବିଚାରପତି ଶ୍ରୀମତି ଦାସ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହିତ ଦକ୍ଷତାର ସହ ମକଦ୍ଦମା ମଧ୍ୟ ପରିଚାଳନା କରୁଥିବାର ଦେଖିବାକୁ ମିଳିଛି। ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ବୁଝାମଣା ରଖିବା ସହ ଆଇନଜୀବୀମାନଙ୍କୁ ସର୍ବଦା ସହଯୋଗ ଏବଂ ସୁପରାମର୍ଶ ପ୍ରଦାନ କରୁଥିବାରୁ ବାଣପୁର ଓକିଲ ସଂଘର ସମ୍ପାଦକ ଓ ସଦସ୍ୟମାନେ ବିଚାରପତି ଶ୍ରୀମତୀ ଦାସଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ଅନୁରୂପ ଭାବେ ତାଙ୍କର ଉତ୍ତୋରତର ଉନ୍ନତି ସହ ଦୀର୍ଘ ନିରାମୟ ଜୀବନ ପାଇଁ ଈଶ୍ୱରଙ୍କ ନିକଟରେ ଆଇନଜୀବୀ ପ୍ରାର୍ଥନା କରିଛନ୍ତି।

Related posts