Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର
ଆଞ୍ଚଳିକ

ଚିଲିକା: ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର

August 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଚିଲିକା ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ନେତୃତ୍ୱରେ ଏହି ଶିବିରରେ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ପ୍ରଶିକ୍ଷକ ଆକବର ଅଲ୍ଲୀ ଖାଁ, ଏସଆଇଆରଡି ପ୍ରଶିକ୍ଷକ ପ୍ରଣତି ମିଶ୍ରଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ବ୍ଲକ ଅନ୍ତର୍ଗତ ପାଞ୍ଚଟି ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ଼ ସଦସ୍ୟ/ସଦସ୍ୟା ମାନେ ଯୋଗ ଦେଇଥିଲେ।

ଏହିପରିପ୍ରେକ୍ଷୀରେ ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା, ବଡ଼କୁଳ, ଡୁଙ୍ଗମାଳ, ନିମିକ୍ଷେତା, ଅଠରବାଟିଆ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ବିଜୁଳି, ରାସନ କାର୍ଡ, ଭତ୍ତା, ମହିଳା ଓ ଶିଶୁ ବିକାଶ ଆଦି ବିଭିନ୍ନ ସମସ୍ୟାର ସମାଧାନ ଏବଂ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କ କାର୍ଯ୍ୟଦକ୍ଷତା ଦିଗରେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରର ଉପସ୍ଥିତ ଅଧିକାରୀଙ୍କୁ ନେଇ ଆଲୋଚନା କରାଯାଇଥିଲା।

ଏଥିସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପଲ୍ଲିସଭା ଅବା ଗ୍ରାମସଭା ମାଧ୍ୟମରେ ସାଧାରଣ ଜନତାଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଥିଲା। ଚିଲିକା ବ୍ଲକରେ ପ୍ରତି ଗ୍ରାମପଞ୍ଚାୟତରେ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରତିହତ ଓ ବିଭିନ୍ନ ସରକାରୀ ଯୋଜନା ପ୍ରତି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଥିବା ବେଳେ ସମସ୍ତ ୧୭ ଟି ପଞ୍ଚାୟତର ୱାର୍ଡ଼ ସଭ୍ୟଙ୍କୁ ନେଇ ଏହି ଶିବିର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଜାରି ରହିବ ବୋଲି ବିଡ଼ିଓ ଶ୍ରୀ ଶବର ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ପ୍ରଶିକ୍ଷଣ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.