Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶିକ୍ଷକମାନେ ସମାଜର ଜୀବନ୍ତ ଦୃଷ୍ଟାନ୍ତ
ଆଞ୍ଚଳିକ

ଶିକ୍ଷକମାନେ ସମାଜର ଜୀବନ୍ତ ଦୃଷ୍ଟାନ୍ତ

September 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଭାରତର ବିଶିଷ୍ଟ ଦାର୍ଶନିକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ୧୩୬ ତମ ଜୟନ୍ତୀ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମ୍ପାନରେ ମୁଖ୍ୟ ଅତିଥିଭାବେ ବିଜୟ କୁମାର ନନ୍ଦ ଯୋଗଦେଇ କହିଲେ ଯେ, ଶିକ୍ଷକ ମାନେ ହେଉଛନ୍ତି ସମାଜର ଦର୍ପଣ ଓ ଶିକ୍ଷାର୍ଥୀମାନଙ୍କର ଜୀବନ୍ତ ଦୃଷ୍ଟାନ୍ତ। ଚରିତ୍ର ଗଠନ ଠାରୁ ଆରମ୍ଭ କରି ରାଷ୍ଟ୍ରଗଠନ ପର୍ଯ୍ୟନ୍ତ ପ୍ରତ୍ୟକ କାର୍ଯ୍ୟରେ ସେମାନଙ୍କର ଜ୍ଞାନ, ଅଧ୍ୟବସାୟ,ଧୈର୍ଯ୍ୟ,ପ୍ରତିବଦ୍ଧତା ଓ ଦୂରଦର୍ଶିତା ସର୍ବଦା ଶିକ୍ଷାର୍ଥୀମାନଙ୍କୁ ଅନୁପ୍ରାଣିତ କରିଥାଏ।

ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ବୈଦିକ ପରମ୍ପରାରେ ଗୁରୁମାନଙ୍କର ସ୍ଥାନ ଓ ସମାଜ ଗଠନରେ ସେମାନଙ୍କର ଅଙ୍ଗିକାରବଦ୍ଧତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରତିବର୍ଷ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଶ୍ରେଷ୍ଠ ଗୁରୁ ଗୌରବ ସମ୍ମାନ ଚଳିତ ବର୍ଷ ପ୍ରଫେସର ବିଜୟ କୁମାର ନନ୍ଦଙ୍କୁ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ପ୍ରଦାନ କରିଥିଲେ।

ପଦାର୍ଥ ବିଜ୍ଞାନର ଜଣେ ଆଦର୍ଶ ଅଧ୍ୟାପକ ଓ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଭାବରେ ପ୍ରଫେସର ନନ୍ଦଙ୍କର ଶୈକ୍ଷିକ ଅବଦାନ, ବିଭିନ୍ନ ଜାତୀୟ ତଥା ସାମାଜିକ ସଂଗଠନରେ ସାମାଜିକ ସେବା ନେତୃତ୍ୱ ସମ୍ପର୍କରେ ଡକ୍ଟର ମହାରଣା ଆଲୋଚନା କରିଥିଲେ।

ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ କାହାଣୀ ଅବତାରଣା ମାଧ୍ୟମରେ ଗୁରୁଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଗତ ସ୍ନାତକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରୀ ଜ୍ୟୋତି ବିଶ୍ୱାସ, ପ୍ରବନ୍ଧ ଓ କୁଇଜ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ସରସ୍ବତୀ ଘଟୁଆଳି, ଲକ୍ଷ୍ମୀପ୍ରିୟା ପ୍ରଧାନ, ସନ୍ଧ୍ୟାରାଣୀ ପାଇକରାୟ, ଯସ୍ମିନ ବଳିୟାରସିଂହ, ଲୋପା ସେନ, କ୍ରିଷ୍ଣା ସୁନ୍ଦରାୟ ଓ ସରସ୍ୱତୀ ଦାସଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଆଲୋଚନା ଚକ୍ରରେ ଛଅ ଜଣ ଛାତ୍ରୀ ଡକ୍ଟର ରାଧାକୃଷ୍ଣଙ୍କ ଦର୍ଶନ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ।

କାର୍ଯ୍ୟକ୍ରମ ଟିକୁ ଛାତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ସଂଯୋଜନା କରିଥିବା ବେଳେ ସନ୍ଧ୍ୟାରାଣୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025
Latest News

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.