ବାଣପୁର: ଶିକ୍ଷାବିତ୍ ପ୍ରଫେସର ରବୀନ୍ଦ୍ର ବର୍ମାଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ପାଳିତ

Published: Sep 12, 2024, 8:41 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ପୂଜ୍ୟ ପୂଜାର ମାଟି ବାଣପୁରର ନେହେରୁ ସେବା ସଂଘର କନକ ଭବନଠାରେ ଏମାଟିର ଅନନ୍ୟ ପ୍ରତିଭା ଗୋଦାବରୀଶ ମହାବିଦ୍ୟାଳୟର ଓଡିଆ ଭାଷାତତ୍ଵ ବିଭାଗର ପ୍ରଥମ ପ୍ରମୁଖ, ବିଶିଷ୍ଠ ଶିକ୍ଷାବିତ୍ ପ୍ରଫେସର୍ ରବୀନ୍ଦ୍ରନାଥ ନରେନ୍ଦ୍ରସିଂ ବର୍ମାଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିଜୟକୁମାର ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟାପକ ଡ଼ଃ ଚ଼ାନ୍ଦ କିଶୋର ତ୍ରିପାଠୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା, କବି ଓମ୍ ପ୍ରକାଶ ଅଗ୍ରୱାଲ, ସଂପାଦିକା ସରୋଜିନୀଦାଶ, ଓ ଅଧ୍ୟାପକ ସୁରପ୍ରତାପ ନରେନ୍ଦ୍ରସିଂ ବର୍ମା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ବର୍ମାଙ୍କ ବହୁମୁଖୀ ପ୍ରତିଭାର ସ୍କୃତିଚାରଣ କରିଥିଲେ।

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସ୍ଥାପନ ଓ ପରିଚାଳାନା ସହିତ ସଂଶ୍ଳିଷ୍ଟ ରହି ଓଡ଼ିଆ ଭାଷାର ଶିକ୍ଷାଦାନ ସହିତ ଏହାରପ୍ରଚାରପ୍ରସାର ପାଇଁ ସ୍ବର୍ଗତ ବର୍ମା କିଭଳି ନିଜକୁ ଉତ୍ସର୍ଗ କରିଥିଲେ ସେ ସଂପର୍କରେ ଆଲୋକପାତ କରି ତାଙ୍କ ଛାତ୍ରବତ୍ସଳତା, ମିଷ୍ଟା ଭାଷିତା, ସମାଜ ସେବା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଉପଲକ୍ଷେ ନେହେରୁ ସେବା ସଂଘର ଅନ୍ତେବାସୀଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଟିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଡ଼ଃଚିନ୍ତାମଣି ମିଶ୍ର, ରାଜକିଶୋର ନନ୍ଦ, ବୈରାଗୀଚରଣବଳ, ବ୍ରଜକିଶୋର ଜେନା, ଅନନ୍ତଚରଣ ଖଟେଇ, ବିରେନ୍ଦ୍ରକୁମାର ତ୍ରିପାଠୀ ଓ ପ୍ରଦୀପକୁମାର ଦାସଙ୍କ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ପୁତ୍ର ଅଧ୍ୟାପକ ରୁଦ୍ରପ୍ରତାପନରେନ୍ଦ୍ରସିଂ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Related posts