Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା
ଆଞ୍ଚଳିକ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା

September 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ବ୍ଲକ ଅନ୍ତର୍ଗତ ସରକାରୀ/ବେସରକାରୀ ୯୭ ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଚତୁର୍ଥ ଓ ପଞ୍ଚମ ଶ୍ରେଣୀକୁ ଉପ କନିଷ୍ଠ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ କନିଷ୍ଠ ଏବଂ ନବମ ଓ ଦଶମ ଶ୍ରେଣୀକୁ ବରିଷ୍ଠ ବିଭାଗ ଭାବେ ତିନି ବିଭାଗର ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିଲେ।ଅପରାହ୍ନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡଃ ବିଭୁତି ଭୂଷଣ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଗୋଦାବରୀଶ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ମୁଖ୍ୟ ଡଃ ଏସପିଏନଏସ ବର୍ମା, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ, ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳି ନାୟକ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ନୀଳାଦ୍ରି ଭୂଷଣ ଦାଶ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧିନା ମଞ୍ଜରୀ ବେହେରା, ସମସ୍ତ ସିଆରସି ପ୍ରମୁଖ ଉପସ୍ଥିତ ଥିଲେ। ଜଣେ ଉତ୍ତମ ନାଗରିକ ନିମିତ୍ତ ନିଜର କର୍ତ୍ତବ୍ୟନିଷ୍ଠା, ପରିଶ୍ରମ, ଉତ୍ତମ ବ୍ୟବହାର, ସଂସ୍କୃତି, ସମାୟାନୁବର୍ତ୍ତୀ ଉପରେ ଧ୍ୟାନ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ଜ୍ଞାନ ବିଜ୍ଞାନ, ସାଧାରଣ ଜ୍ଞାନ ଉପରେ ବିଶେଷ ଦୃଷ୍ଟି ଦେବାକୁ ଆମନ୍ତ୍ରିତ ଅତିଥି ମାନେ ପରାମର୍ଶ ଦେଇଥିଲେ।ଉକ୍ତ ପ୍ରତିଯୋଗିତାରେ ଉପ କନିଷ୍ଠ ବିଭାଗରୁ ଇଚାପୁର ପ୍ରାଥମିକ ବିଦ୍ୟାଳୟର ସାଇରାମ ଜେନା, ନିମାଇମଲ୍ଲ ପ୍ରାଥମିକ ବିଦ୍ୟାଳୟର ମାମାଲି ସ୍ବାଇଁ, ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟର ସୂର୍ଯ୍ୟକାନ୍ତ ରାଉଳ, କନିଷ୍ଠ ବିଭାଗରୁ କଇଥାପଲ୍ଲା ପ୍ରାଥମିକ ବିଦ୍ୟାଳୟର ଦେବସ୍ମିତା ସାମନ୍ତରାୟ, ହରିପୁର ଏଲଡି ବିଦ୍ୟାପୀଠର ଶ୍ରୀୟଶ୍ରୀ ପ୍ରିୟଦର୍ଶିନୀ, କୁମାଣ୍ଡଳ ଜେଜେ ବିଦ୍ୟାଳୟର ଅଙ୍କିତା ମହାନ୍ତି ଏବଂ ବରିଷ୍ଠ ବିଭାଗରୁ ସୋରଣ ଭଗବତୀ ବିଦ୍ୟାପୀଠର ଶୁଭସ୍ମିତା ମହାପାତ୍ର, ବାଲୁଗାଁ ଉଚ୍ଚ ବିଦ୍ୟାଳୟର ରୂପାଲି ପାଢ଼ୀ ଓ ଆଲୋକ ପରିମାଣିକ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଗହଣରେ ପୁରସ୍କୃତ କରାଯାଇଥିଲା।

କୁଇଜ ପ୍ରତିଯୋଗିତା ଚିଲିକା ବାଲୁଗାଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

ମା’ କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା’ଭଗବତୀଙ୍କ ଆଜ୍ଞାମାଳ

January 13, 2026

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026
Latest News

ଆଜି ସାନ୍ତ୍ରାଗାଛି-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

January 18, 2026

ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌

January 18, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ?

January 18, 2026

ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

January 18, 2026

ଗୁଜରାଟରେ ୩୫,୦୦୦ କୋଟି ନିବେଶ କରିବ ମାରୁତି ସୁଜୁକି 

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.