Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା
ଆଞ୍ଚଳିକ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା

September 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଚିଲିକା ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ବ୍ଲକ ଅନ୍ତର୍ଗତ ସରକାରୀ/ବେସରକାରୀ ୯୭ ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଚତୁର୍ଥ ଓ ପଞ୍ଚମ ଶ୍ରେଣୀକୁ ଉପ କନିଷ୍ଠ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ କନିଷ୍ଠ ଏବଂ ନବମ ଓ ଦଶମ ଶ୍ରେଣୀକୁ ବରିଷ୍ଠ ବିଭାଗ ଭାବେ ତିନି ବିଭାଗର ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିଲେ।ଅପରାହ୍ନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡଃ ବିଭୁତି ଭୂଷଣ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଗୋଦାବରୀଶ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ମୁଖ୍ୟ ଡଃ ଏସପିଏନଏସ ବର୍ମା, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ, ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳି ନାୟକ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ନୀଳାଦ୍ରି ଭୂଷଣ ଦାଶ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧିନା ମଞ୍ଜରୀ ବେହେରା, ସମସ୍ତ ସିଆରସି ପ୍ରମୁଖ ଉପସ୍ଥିତ ଥିଲେ। ଜଣେ ଉତ୍ତମ ନାଗରିକ ନିମିତ୍ତ ନିଜର କର୍ତ୍ତବ୍ୟନିଷ୍ଠା, ପରିଶ୍ରମ, ଉତ୍ତମ ବ୍ୟବହାର, ସଂସ୍କୃତି, ସମାୟାନୁବର୍ତ୍ତୀ ଉପରେ ଧ୍ୟାନ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ଜ୍ଞାନ ବିଜ୍ଞାନ, ସାଧାରଣ ଜ୍ଞାନ ଉପରେ ବିଶେଷ ଦୃଷ୍ଟି ଦେବାକୁ ଆମନ୍ତ୍ରିତ ଅତିଥି ମାନେ ପରାମର୍ଶ ଦେଇଥିଲେ।ଉକ୍ତ ପ୍ରତିଯୋଗିତାରେ ଉପ କନିଷ୍ଠ ବିଭାଗରୁ ଇଚାପୁର ପ୍ରାଥମିକ ବିଦ୍ୟାଳୟର ସାଇରାମ ଜେନା, ନିମାଇମଲ୍ଲ ପ୍ରାଥମିକ ବିଦ୍ୟାଳୟର ମାମାଲି ସ୍ବାଇଁ, ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟର ସୂର୍ଯ୍ୟକାନ୍ତ ରାଉଳ, କନିଷ୍ଠ ବିଭାଗରୁ କଇଥାପଲ୍ଲା ପ୍ରାଥମିକ ବିଦ୍ୟାଳୟର ଦେବସ୍ମିତା ସାମନ୍ତରାୟ, ହରିପୁର ଏଲଡି ବିଦ୍ୟାପୀଠର ଶ୍ରୀୟଶ୍ରୀ ପ୍ରିୟଦର୍ଶିନୀ, କୁମାଣ୍ଡଳ ଜେଜେ ବିଦ୍ୟାଳୟର ଅଙ୍କିତା ମହାନ୍ତି ଏବଂ ବରିଷ୍ଠ ବିଭାଗରୁ ସୋରଣ ଭଗବତୀ ବିଦ୍ୟାପୀଠର ଶୁଭସ୍ମିତା ମହାପାତ୍ର, ବାଲୁଗାଁ ଉଚ୍ଚ ବିଦ୍ୟାଳୟର ରୂପାଲି ପାଢ଼ୀ ଓ ଆଲୋକ ପରିମାଣିକ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଗହଣରେ ପୁରସ୍କୃତ କରାଯାଇଥିଲା।

କୁଇଜ ପ୍ରତିଯୋଗିତା ଚିଲିକା ବାଲୁଗାଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ଉଦଘାଟିତ ହେଲା ନୂଆ ସିନେମା ହଲ ଜଗଦମ୍ବା, ମନ୍ତ୍ରୀ ପୃଥ୍ବୀରାଜ କଲେ ଉଦଘାଟନ

July 19, 2026

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦଙ୍କ ବିଶେଷ ଜନସମ୍ପର୍କ ଅଭିଯାନ

July 19, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026
Latest News

ବ୍ୟର୍ଥ ଗଲା ରୋହିତ ଶର୍ମାଙ୍କ ଶତକୀୟ ପାଳି: ଲର୍ଡସରେ ବିଜୟ ସହିତ ସିରିଜ ଜିତିଲା ଇଂଲଣ୍ଡ

July 20, 2026

ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ

July 19, 2026

ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

July 19, 2026

କାର ସହ ୧୮୬ କେଜି ଗଂଜେଇ ଜବତ: ମାଫିଆ ଫେରାର

July 19, 2026

ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.